କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ପାଇଁ ଅନଲାଇନ ଆବେଦନ ସମୟସୀମା ବୃଦ୍ଧି

ଭୁବନେଶ୍ବର : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅଣ୍ଡର ଗ୍ରାଜୁଏଟ୍, ପୋଷ୍ଟ ଗ୍ରାଜୁଏଟ୍ ଏବଂ ରିସର୍ଚ୍ଚ ପ୍ରୋଗ୍ରାମରେ ନାମଲେଖା ପାଇଁ ଅନଲାଇନ ଆବେଦନ ଦାଖଲ କରିବାର ଶେଷ ତାରିଖ ଜୁନ ୬କୁ ବୃଦ୍ଧି କରାଯାଇଛି। ସାରା ଦେଶରେ ଲକ୍ ଡାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବେଦନ ଦାଖଲ କରିବାର ଶେଷ ତାରିଖ ପୂର୍ବରୁ ଦୁଇଥର ବୃଦ୍ଧି କରାଯାଇଥିଲା। ଗତକାଲି ଅନୁଷ୍ଠିତ ସମସ୍ତ ବିଶ୍ୱବିଦ୍ୟାଳୟର ୧୮ କୁଳପତିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହା ପରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ତାର ଅନଲାଇନ ଅବେଦନ ପ୍ରକ୍ରିୟାକୁ ବୃଦ୍ଧି କରିଛି ।

www.cucetexam.in ୱେବସାଇଟରେ ଧାର୍ଯ୍ୟ ତାରିଖ ପୂର୍ବରୁ  ଅନଲାଇନ୍ ଆବେଦନ ଦାଖଲ କରିବାକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.