ପ୍ରଚଣ୍ଡ ଶଦ୍ଦ  ସହ କ୍ୟୁବାରେ ଉଲକାପାତ

0

ମିଆମି ..- କ୍ୟୁବାରେ ବିସ୍ଫୋରଣ ଓ ପ୍ରଚଣ୍ଡ ଶଦ୍ଦ  ସହ ଉଲ୍‌କାପାତ ହୋଇଛି ।  କ୍ୟୁବାର ସରକାରୀ ଖବର ପ୍ରସାରଣ ସଂସ୍ଥା ଅନୁସାରେ  ଶନିବାର ବିଳମ୍ବିତ ରାତିରେ ବିସ୍ଫୋରଣର ଶଦ୍ଦ ସହ ଉଲକାପାତ ହୋଇଥିଲା । ଏଥିଯୋଗୁଁ ଅନେକ ଘରର କବାଟ ଓ ଝରକା କାଚ ଭାଙ୍ଗିଯାଇଥିଲା । ନାସା ବି ଏହି ଘଟଣାକୁ ସତ ବୋଲି କହିଛି ।

ଅନେକ ଉଲ୍‌କାର ଅବଶେଷ କ୍ୟୁବାର ବିଭିନ୍ନ ସ୍ଥାନରେ ଖସିଥିଲା । ୨୦୧୩ ମସିହାରେ  ଏହିପରି ବିସ୍ଫୋରଣ ସହ ଉଲ୍‌କାରପାତ ହୋଇଥିଲା । କ୍ୟୁବାର ପଶ୍ଚିମାଂଶରେ ଉଲକାପାତ ହେବ ବୋଲି ପୂର୍ବାନୁମାନ କରାଯାଇଥିଲା । ଉଲକାପାତ ହେବା  ପରେ ପ୍ରଚଣ୍ଡ ଶଦ୍ଦ ହୋଇଥିଲା ।   ଏଥିଯୋଗୁଁ ଅନେକ ଘର କ୍ଷତି ଗ୍ରସ୍ତ ହୋଇଥିଲା ।  କିଛି ଲୋକ ବି ଏହି ବିସ୍ଫୋରଣ ଯୋଗୁଁ ଆହାତ ହୋଇଛନ୍ତି ।

Leave A Reply