ନିର୍ବାଚନ ପାଇଁ ପୁଲିସର ଫ୍ଲାଗମାର୍ଚ୍ଚ

କଟକ : ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଶନିବାର କଟକ କମିସନରେଟ ଅଞ୍ଚଳରେ ପୁଲିସ ପକ୍ଷରୁ ଏକ ଫ୍ଲାଗମାର୍ଚ୍ଚ କାଫଲା ଛକରୁ ବାହାରି ଦରଘାବଜାର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ବିଶେଷକରି ନିର୍ବାଚନ ସମୟରେ ଯେପରି ଜେଲ୍‍ ଫେରନ୍ତା କିମ୍ବା ଅପରାଧୀମାନେ ଭୋଟରମାନଙ୍କୁ ପ୍ରଭାବିତ ନ କରିବେ ବା ବିଶୃଙ୍ଖଳା ନ ଘଟାଇବେ ସେମାନଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ଏହି ଫ୍ଲାଗମାର୍ଚ୍ଚ ଆୟୋଜନ କରାଯାଇଥିଲା। ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ ଥାନା ଅଞ୍ଚଳରେ ପୁଲିସର ଏଭଳି ଫ୍ଲାଗମାର୍ଚ୍ଚ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ଅତିରିକ୍ତ ଡିସିପି,ଜୋନ-୧,୨ ଓ ୩ ଏସିପିଙ୍କ ନେତୃତ୍ୱରେ ମର୍କତନଗର ଫେଜ୍‍-୨ ଥାନା ଇନ୍ସପେକ୍ଟର ବିଜୟିନୀ ସିଂହ, ମର୍କତନଗର ଥାନା ଇନ୍ସପେକ୍ଟର ଆର.ଏନ ମେହେର, ଲାଲବାଗ ଥାନା ଇନ୍ସପେକ୍ଟର ଏ.ଟି ମିଶ୍ର, ମଙ୍ଗଳାବାଗ ଥାନା ଇନ୍ସପେକ୍ଟର ଅମିତାଭ ମହାପାତ୍ର ଓ ମାଲଗୋଦାମ ଥାନା ଇନ୍ସପେକ୍ଟର ରବି ନାରାୟଣ ଭଞ୍ଜଙ୍କ ସମେତ ୧୦୦ରୁ ଊର୍ଦ୍ଧ୍ବ ଉଭୟ ମହିଳା ଓ ପୁରୁଷ ପୁଲିସ କର୍ମଚାରୀ ଫ୍ଲାଗମାର୍ଚ୍ଚରେ ଅଂଶଗ୍ରହଣ କରିଥିଲେ।

Comments are closed.