କଟକରେ ଖୋଲିଲା ପାର୍କ

କଟକ : ବୁଧବାରଠାରୁ କଟକରେ ଥିବା ପାର୍କଗୁଡିକ ଖୋଲିଛି । ପାଖାପାଖି ୨ ମାସ ପରେ ପାର୍କଗୁଡ଼ିକୁ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଛି । ସକାଳ ୭ଟାରୁ ୧୦ ଓ ଅପରାହ୍ନ ୪ଟାରୁ ୬ଟା ଯାଏଁ ପାର୍କ ଖୋଲା ରହିବ। ପାର୍କରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ କଟକ ମହାନଗର ନିଗମ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି। ପାର୍କ ଖୋଲିବା ପରେ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ମାର୍ଚ୍ଚ ୨୩ ତାରିଖରେ ଲକ୍ଡ଼ାଉନ ପରଠାରୁ ପାର୍କଗୁଡ଼ିକୁ ବନ୍ଦ କରାଯାଇଥିଲା । ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରାଯାଇଥିଲା। ମାତ୍ର ତାଲାବନ୍ଦ ପର୍ଯ୍ୟାୟ ଯେତିକି ଆଗକୁ ବଢ଼ୁଛି କଟକଣା ସେତେ କୋହଳ ହୋଇଛି। ଗତ ୧୮ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଘୋଷିତ ୪ର୍ଥ ପର୍ଯ୍ୟାୟ ଲକ୍ଡ଼ାଉନ ସମୟରେ ବହୁ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି । ଏହି କ୍ରମରେ ଆଜିଠାରୁ କଟକରେ ପାର୍କଗୁଡ଼ିକ ଖୋଲାଯାଇଥିବା ଦେଖାଯାଇଛି।

Comments are closed.