କଟକ ଦିନିକିଆ : ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି

କଟକ : ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ତଥା ଚୁଡାନ୍ତ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚରେ ଭାରତ ଟସ୍ ଜିତିଛି । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଛି । ତେଣୁ ୱେଷ୍ଟଇଣ୍ଡିଜ ଦଳ ପ୍ରଥମେ ବ୍ୟାଟିଂ କରିବ। ଏଠାରେ ଟସ୍ କୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଥିବା ବେଳେ ଭାରତ ଟସ୍ ଜିତିଛି । କିନ୍ତୁ ବ୍ୟାଟିଂ ନିଷ୍ପତ୍ତି ନ ନେଇ ୱେଷ୍ଟଇଣ୍ଡିଜକୁ  ଆମନ୍ତ୍ରଣ କରିବା ସମସ୍ତଙ୍କୁ ବିସ୍ମିତ କରିଛି।

ଅନ୍ୟପକ୍ଷରେ ବାରବାଟୀର ରେକର୍ଡ ଅନୁସାରେ ଏଠାରେ ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ ​ଖେଳିଥିବା ୩ଟି ଯାକ ମ୍ୟାଚରେ ପରାଜିତ ହୋଇଛି। ତେଣୁ ଭାରତ ମ୍ୟାଚ ବିଜୟୀ ହେବ ବୋଲି ସମସ୍ତେ ଆଶା କରିଛନ୍ତି।

 

Comments are closed.