ଏସସିବି ସଂପ୍ରସାରଣ ପାଇଁ ତୃତୀୟ ପର୍ଯ୍ୟାୟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ

କଟକ : କଟକ ଜିଲାରେ ଏସସିବି ସଂପ୍ରସାରଣ ପାଇଁ ବୁଧବାର ସକାଳେ ତୃତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାଣୀହାଟଛକ ସ୍ଥିତ ହିନ୍ଦ୍‍ ସିନେମା ହଲ୍‍ ପଛ ପଟ ତାଳଦଣ୍ଡା କେନାଲ ରାସ୍ତାରେ ଏହି ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ଥିବା ବିଭିନ୍ନ ମନ୍ଦିର ଭଙ୍ଗାଯିବା ସହ କ୍ଲବ ଘର ମଧ୍ୟ ଭଙ୍ଗାଯିବ। ଉଚ୍ଛେଦ କାର୍ଯ୍ୟରେ ଘଟଣାସ୍ଥଳରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯିବାସହ କଟକ ସଦର ଉପଜିଲ୍ଲାପାଳ, ଏଡ଼ିଏମ ଓ ଡ଼େପୁଟି କମିଶନର ଉପସ୍ଥିତ ରହିଥିବା ନେଇ ସୂଚନା ମିଳିଛି।

Comments are closed.