ଜଗତପୁର ନିମପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ନାହିଁ କରୋନା ଟିକା, ଫେରିଗଲେ ହିତାଧିକାରୀ

କଟକ: ରାଜ୍ୟର ପ୍ରମୁଖ ହସ୍ପିଟାଲ ଏସସିବି ଠାରୁ ମାତ୍ର ଅଳ୍ପ ଦୂରରେ ଥିବା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ଉପଲବ୍ଧ ନ ଥିବା, ଟିକା ନେବାକୁ ଆସିଥିବା ହିତାଧିକାରୀମାନଙ୍କୁ ସନ୍ଦେହରେ ପକାଇଛି। କଟକ ଜଗତପୁର ନିମପୁର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟିକା ନ ଥିବା ସେହି କେନ୍ଦ୍ରର କର୍ତୃପକ୍ଷ ଜଣାଇବା ପରେ ପ୍ରାୟ ୧ ଶହରୁ ଅଧିକ ହିତାଧିକାରୀ ଅସନ୍ତୋଷ ପ୍ରକାଶ କରିବା ସହ ଫେରିଯାଇଛନ୍ତି।

ଏଭଳି ଅଭାବନୀୟ ଘଟଣା କଟକ ଜିଲା ଜଗତପୁର ନିମପୁରର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି। ଆଜି ସକାଳ ସମୟରେ ହିତାଧିକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଥିବା ବେଳେ ଟିକା ଉପଲବ୍ଧ ନାହିଁ ବୋଲି କର୍ମଚାରୀ ଜଣାଇଥିଲେ। ମାତ୍ର ଟିକା କାହିଁକି ନାହିଁ ଓ କେବେ ଆସିବା ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରି ନାହିଁ।

 

Comments are closed.