ଡିସିପିଙ୍କୁ ମୂର୍ତ୍ତିର ଉଚ୍ଚତା ଜଣାଇବେ ପୂଜା କମିଟି

କଟକ:  ମୂର୍ତ୍ତିର ଉଚ୍ଚତା ଓ ଆବଦ୍ଧ ମଣ୍ଡପକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ମାମାଲରେ ମୂର୍ତ୍ତି ତିଆରିର ସ୍ଥିତି ଜଣାଇବାକୁ ପୂଜା କମିଟିଗୁଡ଼ିକୁ ହୋଇକୋର୍ଟଙ୍କ ନିର୍ଦେଶ ଦେଇଛନ୍ତି। ମୂର୍ତ୍ତି ତିଆରିର ସ୍ଥିତି ଅନୁସାରେ ମୂର୍ତ୍ତିର ଉଚ୍ଚତାକୁ  ଅନୁମତି ମିଳିବ। ଦୁର୍ଗା ମୂର୍ତ୍ତିର ଉଚ୍ଚତା ସମ୍ପର୍କରେ କଟକ ଡିସିପିଙ୍କୁ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସନ୍ଧ୍ୟା ୭ଟା ସୁଦ୍ଧା କଟକ ଡିସିପିଙ୍କୁ ପୂଜା କମିଟିମନେ ମୂର୍ତ୍ତିର ଇଚ୍ଚାତା ବିଷୟରେ ଜଣାଇବେ । ଡିସିପିଙ୍କୁ ଜଣାଇବା ପରେ ପୁଲିସ ପୂଜା ମଣ୍ଡପ ବୁଲି ଦେଖିବେ। କମିଟି ଆବେଦନ ଅନୁସାରେ ମୂର୍ତ୍ତିର ଉଚ୍ଚତା ପାଇଁ ଅନୁମତି ଦିଆଯିବ। ଏବେ ଯେଉଁ କମିଟି ଯେତିକି ଉଚ୍ଚର ମୂର୍ତ୍ତି କରିବେ, ସେତିକି ରଖିବେ।

ସୂଚନା ଅନୁଯାୟୀ, ସୂଚନା ଅନୁଯାୟୀ, କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଶାରଦୀୟ ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଓ କାଳୀ ପୂଜା ନେଇ ଗୁରୁବାର ରାଜ୍ୟ ସରକାର ଏକ ମାର୍ଗଦର୍ଶିକା ଜାରି କରିଥିଲେ। ଯେଉଁଥିରେ ପୂଜା ମଣ୍ଡପରେ ମାଆଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ରହିବନି। ପୂଜା ମଣ୍ଡପର ୩ ପାର୍ଶ୍ବକୁ ଓ ଚତୁର୍ଥ ପାର୍ଶ୍ବ ଆଂଶିକ ବନ୍ଦ ନିର୍ଦ୍ଦେଶ ରହିଥିଲା। । ଏନେଇ ବହୁ ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହ ଜନସ୍ବାର୍ଥ ମାମଲା ଦାୟର କରିଥିଲେ ।

Comments
Loading...