କଂଗ୍ରେସ ବିଧାୟକ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ

କଟକ : ଆଜି ବାରବାଟୀ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ ପିସିସି ସଭାପତିଙ୍କ ପକ୍ଷରୁ ନୋଟିସ୍‍ ଜାରି କରାଯାଇଛି। ୨ ସପ୍ତାହ ମଧ୍ୟର ଜବାବ ଦେବାକୁ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କଂଗ୍ରେସ ମିଡିଆ ସେଲ୍‍ ମୁଖ୍ୟ ସତ୍ୟ ନାୟକଙ୍କ ପକ୍ଷରୁ ଏନେଇ ସୂଚନା ମିଳିଛି। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ମୋକିମ ଭୋଟ୍‍ ଦେଇଥିଲେ।

Comments are closed.