କଟକ ବାଦାମବାଡ଼ି ସରକାରୀ ବସଷ୍ଟାଣ୍ଡରେ ପଙ୍ଖା ଅଚଳ

ପ୍ରବଳ ଗୁଳୁଗୁଳିରେ ଯାତ୍ରୀ ଡହଳ ବିକଳ

କଟକ : ଅସହ୍ୟ ଗ୍ରୀଷ୍ମ ପ୍ରବାହ କାରଣରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହିଭଳି ପରିସ୍ଥିତିରେ ରାଜ୍ୟର ଏକ ପ୍ରମୁଖ ସରକାରୀ ବସଷ୍ଟାଣ୍ଡ ଭାବେ ପରିଗଣିତ ବାଦାମବାଡ଼ି ବସଷ୍ଟାଣ୍ଡରେ ଥିବା ଯାତ୍ରୀ ପ୍ରତୀକ୍ଷାଳୟରେ ଲାଗିଥିବା ପଙ୍ଖା ଗୁଡ଼ିକ ମଧ୍ୟରୁ ଅଧାରୁ ଊର୍ଦ୍ଧ୍ବ ପଙ୍ଖା ଅଚଳ ହୋଇଛି । ଫଳରେ ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯିବା ପାଇଁ ଅପେକ୍ଷାରତ ଯାତ୍ରୀ ମାନେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହିତ ଗୁଳୁଗୁଳି କାରଣରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଙ୍ଖା ଗୁଡ଼ିକ ଅଚଳ କାରଣରୁ ପିଲା ଛୁଆ ମାନଙ୍କୁ ଧରି ଡହଳ ବିକଳ ହେଉଥିବା ବେଳେ ରାଜ୍ୟ ପରିବହନ ନିଗମର ଅଧିକାରୀଙ୍କ ଏହା ଉପରେ ଦୃଷ୍ଟି ପଡୁନାହିଁ ବୋଲି ଅଭିଯୋଗ ହୋଇଛି। ଏଣୁ ନିଗମର କମିଶନର ଏଥିପ୍ରତି ଦୃଷ୍ଟି ଦେବାକୁ ଯାତ୍ରୀ ମହଲରେ ଦାବି ହେଉଛି।

Comments are closed.