କଟକ ଦଶହରାରେ ଜଗିବେ ୩୦ ପ୍ଲାଟୁନ ଫୋର୍ସ

କଟକ : କଟକରେ ଦଶହରା ପର୍ବ ଓ ଭସାଣ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଚଳିତ ବର୍ଷ କରୋନା ପାଇଁ କଟକ ସହରରେ ଦୁର୍ଗା ପୂଜା ଫିକା ପଡ଼ିବ। ଏଥର କଟକରେ ଦୁର୍ଗା ପୂଜା କୋଭିଡ କଟକଣା ମଧ୍ୟରେ ହେବ। ମୁଖ୍ୟତଃ ପୂଜାରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ବ୍ୟାପକ ଫୋର୍ସ ମୁତୟନ କରାଯିବ। ସହରରେ ପୂଜାକୁ ଜଗିବେ ୩୦ ପ୍ଲାଟୁନ ଫୋର୍ସ । ସେହିଭଳି ଶହେ ଅଫିସର ତଦାରଖ ଦାୟିତ୍ୱରେ ରହିବେ। କୋଭିଡ କଟକଣା ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Comments are closed.