ଓସିଏ ମହିଳା କ୍ରିକେଟ: ରେଡ୍‌, ୟେଲୋ ଓ ଭାଓଲେଟ୍‌ ବିଜୟୀ

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଭୁବନେଶ୍ବରରେ ଚାଲିଥିବା ଓସିଏ ମହିଳା କ୍ରିକେଟ ଲିଗ୍‌-୨୦୨୧ର ମଙ୍ଗଳବାର ୩ଟି ମ୍ୟାଚ ଖେଳା ଯାଇଥିଲା। ଏଥିରେ ଓଡ଼ିଶା ରେଡ୍‌, ଓଡ଼ିଶା ୟେଲୋ ଓ ଓଡ଼ିଶା ଭାଓଲେଟ୍‌ ବିଜୟୀ ହୋଇଛନ୍ତି। ବ୍ୟାଟିଂରେ ଶିଳ୍ପା ସ୍ବାଇଁ, ସସ୍ମିତା ମହାଳିକ୍‌, କାଜଲ ଜେନା, ଅଞ୍ଜଳି ସିଂହ, ଅଲିପ୍ସା ବିଶ୍ବାଳ ଅର୍ଦ୍ଧଶତକ ହାସଲ କରିଛନ୍ତି।
ମୂଳା ପଡ଼ିଆରେ ଓଡ଼ିଶା ଭାଓଲେଟ୍‌ ୭ ୱିକେଟରେ ଓଡ଼ିଶା ପର୍ପଲକୁ ପରାସ୍ତ କରିଛି। ଓଡ଼ିଶା ପର୍ପଲ ପ୍ରଥମେ ବ୍ୟାଟିଂକରି ୧୭୨ ରନ କରିଥିଲା। ଅଲିପ୍ସା ବିଶ୍ବାଳ ୭୧ ରନ କରିଥିଲେ। ଭାଓଲେଟ୍‌ ପକ୍ଷରୁ ପ୍ରୀତି ପ୍ରିୟଦର୍ଶିନୀ ୩ଟି ୱିକେଟ ନେଇଥିଲେ। ଜବାବରେ ଭାଓଲେଟ୍‌ ୪୪.୪ ଓଭରରେ ୩ ୱିକେଟ ହରାଇ ୧୭୩ରନ କରି ବିଜୟୀ ହୋଇଥିଲା। ରଶ୍ମିତା ଚିନ୍ନାରା ୪୮ ଓ ସ୍ବିଟ୍‌ ବେଉରା ୪୫ ରନ କରିଥିଲେ। କିଟ୍‌ରେ ଖେଳା ଯାଇଥିବା ମ୍ୟାଚରେ ଓଡ଼ିଶା ରେଡ୍‌ ୧୭୦ ରନରେ ଓଡ଼ିଶା ଅରେଞ୍ଜ୍‌କୁ ପରାସ୍ତ କରିଛି। ଓଡ଼ିଶା ରେଡ୍‌ ପ୍ରଥ​‌େ​‌ମ ବ୍ୟାଟିଂକରି ୫୦ ଓଭରରେ ୪ ୱିକେଟରେ ୨୫୬ ରନ କରିଥିଲା। ଶିଳ୍ପା ସ୍ବାଇଁ ୭୨, ମାଧୁରୀ ମେହେଟା ୪୩ ରନ କରିଥିଲେ। ଅରେଞ୍ଜ ପକ୍ଷରୁ ରୋଶନ୍ନାରା ପରୱିନ ୨ଟି ୱିକେଟ ନେଇଥିଲେ। ଜବାବରେ ଅରେଞ୍ଜ ୮୬ରନ କରିବାକୁ ସକ୍ଷମ ହୋଇଥିଲା। ବର୍ଷା ରାଣୀ ସିଂହ ୧୮ ରନ କରିଥିଲେ। ରେଡ୍‌ ପକ୍ଷରୁ ସୁଶ୍ରୀ ଏ ସିଂହ ୩ଟି ୱିକେଟ ନେଇଥିବାବେଳେ ରାଜଶ୍ରୀ ସ୍ବାଇଁ ୧୦ ଓଭରରେ ୮ ମେଡେନ୍‌ ସହ ୨ଟି ୱିକେଟ୍‌ ନେଇଥିଲେ। ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ୟେଲୋ ୭ ୱିକେଟରେ ଗ୍ରୀନ୍‌କୁ ପରାସ୍ତ କରିଛି। ଗ୍ରୀନ୍‌ ପ୍ରଥମେ ବ୍ୟାଟିଂକରି ୫୦ ଓଭରରେ ୯ ୱିକେଟ ହରାଇ ୧୬ ୮ରନ କରିଥିଲା। ସସ୍ମିତା ମହାଳିକ ୫୭ ଓ ଡି. ଜାନକୀ ରେଡ୍ଡି ୩୨ ରନ କରିଥିଲେ। ୟେଲୋ ପକ୍ଷରୁ ତରନ୍ନା ପ୍ରଧାନ, ପ୍ରିୟଙ୍କା ସାହୁ ଓ ଜି.ଏମ୍‌ ଅଳକାନନ୍ଦା ୨ଟି ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ୟେଲୋ ୪୪.୨ ଓଭର ଖେଳି ୩ ୱିକେଟ ହରାଇ ବିଜୟୀ ହୋଇଥିଲା। କାଜଲ ଜେନା ୭୮ ଓ ଅଞ୍ଜଳି ସିଂହ ୬୧ ରନ କରିଥିଲେ।

Comments are closed.