କଟକରୁ ଆଉ ୩୨ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକରୁ ଆଜି ଆଉ ୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୫ଟି ଲୋକାଲ କେସ୍ ସମେତ ଅନ୍ୟ ୨୬ ସଂଗରୋଧ (ସରକାରୀ ସଂଗରୋଧ କେନ୍ଦ୍ରରୁ ୫ ଜଣ ଓ ହୋମ କ୍ୱାରେଣ୍ଟାଇନରୁ ୨୧ ଜଣ)ରୁ ବୋଲି ଜଣାପଡ଼ିଛି । ସରକାରୀ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ ମହିଳା । ସେମାନଙ୍କର ବୟସ ୧୮, ୨ଜଣଙ୍କର ବୟସ ୪୦ ଲେଖାଏଁ ଓ ଅନ୍ୟ ଜଣେ ୨୫ ବର୍ଷ । ପୁରୁଷଙ୍କ ବୟସ ୪୧ ବର୍ଷ । ଏନେଇ କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସେହିଭଳି କଟକରେ ଏପର୍ଯ୍ୟନ୍ତ ମୋଟ ୩୯୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୨୨୫ ଜଣ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ମୋଟ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ୧୬୫ଟି ସକ୍ରିୟ ମାମାଲା ରହିଥିବା ସୂଚନା ମିଳିଛି।

Comments are closed.