ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କଟକରେ ହେବ ଭସାଣ ଉତ୍ସବ

କଟକ: କଟକ ସହରରେ ଭସାଉ ଉତ୍ସବ ନେଇ କମିଶନରେଟ୍‌ ପୁଲିସ ପରୁ ନିର୍ଦେଶନାମା ଜାରି କରାଯାଇଛି। କମିଶନରେଟ୍‌ ପୁଲିସ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମାରେ ଦର୍ଶାଯାଇଛି ଯେ କଟକରେ ଆସନ୍ତାକାଲି ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କଟକ ସହରରେ ଭସାଉ ଉତ୍ସବ ଅନୁଷ୍ଠିତ ହେବ। ଭସାଣ ଉତ୍ସବ ପାଇଁ ସମସ୍ତ ପୂଜା ମଣ୍ଡପ ସକାଶେ ୪ ପର୍ଯ୍ୟାୟ ସମୟ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ରହିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୨ଟା, ତୃତୀୟ ପର୍ଯ୍ୟାୟ ଅପରାହ୍ଣ ୨ଟାରୁ ୪ଟା ଏବଂ ଚତୁର୍ଥ ପର୍ଯ୍ୟାୟ ଅପରାହ୍ଣ ୪ଟାରୁ ସନ୍ଧ୍ୟା ୬ଟା ଧାର୍ଯ୍ୟ କରାଯାଇଛି। କଟକ ସହରରେ ସମସ୍ତ ପୂଜା ମଣ୍ଡପର ମୂର୍ତ୍ତି ପୂର୍ବାହ୍ନ ୧୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ ମଧ୍ୟରେ ଭସାଣ ସରିବ। ଆସନ୍ତାକାଲି ୧୪ଟି କୃତ୍ରିମ ପୋଖରୀରେ ସମସ୍ତ ମୂର୍ତ୍ତି ବିସର୍ଜନ ହେବ। ପ୍ରତି ପୂଜା କମିଟିର ୭ଜଣଙ୍କୁ ଭସାଣ ଉତ୍ସବରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି। ଭସାଉ ଉତ୍ସବ ସମୟରେ ପୂଜାକମିଟି ସଦସ୍ୟମାନେ ଚେଚିସ୍‌ ବଦଳରେ ଡାଲା ଅଟୋ ଏବଂ ପିକ୍‌ଅପ୍‌ ବ୍ୟବହାର ପାଇଁ ଅନୁମତିମିଳିଛି। କଟକ ସହରରେ ଭସାଣ ଉତ୍ସବ ନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ କଟକରେ ଭସାଉ ଉତ୍ସବ ନେଇ କମିଶନରେଟ୍‌ ପୁଲିସ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି। ସେହି ନିର୍ଦେନାମା ଅନୁପାଳନ କରି ଭସାଉ ଉତ୍ସବ କରାଯିବ। କୋଭିଡ୍‌-୧୯ ନିୟମ ଏବଂ ଶାନ୍ତିଶୃଙ୍ଖଳା ସହ ଭସାଣ ଉତ୍ସବ ପାଳନ ନେଇ କମିଶନରେଟ୍‌ ପୁଲିସ ପଦକ୍ଷେପ ନେଇଛି। ଯେଉଁମାନେ ନିୟମ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି ପ୍ରତୀପ ସିଂହ ପ୍ରକାଶ କରିଛନ୍ତି।

Comments are closed.