ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତି

କଟକ: ବନ୍ୟ ପ୍ରାଣୀ ସୁରକ୍ଷା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ବିଗତ ଦିନ ମାନଙ୍କରେ ସମଗ୍ର ଦେଶରେ ବନ୍ୟ ପ୍ରାଣୀଙ୍କୁ ଆକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ତେଣୁ ସେମାନଙ୍କର ସୁରକ୍ଷା କରିବା ମାନବ ସମାଜ ପାଇଁ ନିହାତି ଜରୁରୀ ହୋଇପଡିଛି। ଦିନକୁ ଦିନ ଜଙ୍ଗଲ ମାଫିଆମାନେ ବନ୍ୟଜନ୍ତୁ ଶିକାର କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ରାକେଟ୍ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲେ ମଧ୍ୟ ସେମାନନଙ୍କୁ ଖୁବ୍ ସହଜରେ ଜାମିନ୍ ମିଳି ଯାଉଛି। ତେଣୁ ଏମାନଙ୍କ ବିରୁଦ୍ଧରେ କଠୋରରୁ ଅତି କଠୋର ଦଣ୍ଡବିଧାନ ପାଇଁ ସୁପ୍ରମକୋର୍ଟ୍ ରେ ଅପିଲ୍ କରିଛନ୍ତି ସାଂସଦ। ଆସନ୍ତା ଦିନେ କି ଦୁଇ ଦିନ ମଧ୍ୟରେ କୋର୍ଟରେ ଏହି ମାମଲାର ଶୁଣାଣି ହେବ ବୋଲି କହିଛନ୍ତି ସାଂସଦ ଅନୁଭବ ମହାନ୍ତି।

Comments are closed.