ସଟ୍‌ ଡାଉନ୍‌ ପୂର୍ବର ଭିଡ଼

କଟକସିଟି : ରାଜ୍ୟରେ କରୋନା ମହାମାରୀ ବଢ଼ିବଢ଼ି ଚାଲିଛି। ଏଥିପାଇଁ ରାଜ୍ୟର କିଛି ଜିଲାରେ ସରକାର ପ୍ରତି ଶନିବାର ଓ ରବିବାର ସଟ୍‍ ଡାଉନ୍‍ ଘୋଷଣା କରିଛନ୍ତି। ସଟ୍‍ ଡାଉନ୍‍ ପୂର୍ବଦିନ ଅର୍ଥାତ ଶୁକ୍ରବାର ଓ ପରଦିନ ସୋମବାର ବଜାର ଅସମ୍ଭାଳ ଭିଡ଼ ହେଉଛି, ଯାହାକୁ ପ୍ରଶାସନ ପକ୍ଷରୁ ନିୟନ୍ତ୍ରଣ କରାଯାଉନାହିଁ। ତିନି ସପ୍ତାହର ସଟ୍‍ ଡାଉନ୍‍ରେ ଛତ୍ରବଜାର, ଖାନନଗରସ୍ଥିତ ଅସ୍ଥାୟୀ ପରିବା ବଜାର, ବାଲୁବଜାର ଭଳି ବଡ଼ବଡ଼ ପରିବା ମାର୍କେଟରେ ସାମାଜିକ ଦୂରତା ରକ୍ଷା ହେଉନାହିଁ। ଯାହାଫଳରେ ପ୍ରଶାସନ ପକ୍ଷରୁ ଯେଉଁ ଉଦ୍ଦେଶ୍ୟ ନେଇ କଟକଣା କରାଯାଉଛି, ତାହା ଫଳପ୍ରଦ ହେବା ଜଣାପଡୁନାହିଁ। ପ୍ରତିଥର ଏପରି ହେଉଥିବାବେଳେ ଆଜି ମଧ୍ୟ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଥିଲା। ଆସନ୍ତାକାଲି ସଟ୍‍ ଡାଉନ୍‍ ପୂର୍ବରୁ ଆଜି ବଜାରରେ ଅସମ୍ଭାଳ ଭିଡ଼ ଜମିଥିଲା। ଜିନିଷ କିଣାକିଣି ପାଇଁ ଛତ୍ରବଜାର ଠାରୁ ମାତୃଭବନ ପର୍ଯ୍ୟନ୍ତ ରାସ୍ତା ଜାମ ରହିଥିଲା।

Comments are closed.