ଟସ୍ ଜିତି ଚେନ୍ନଇର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା

ଆବୁଧାବି :  ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ର ୩୭ ତମ ମ୍ୟାଚ୍‌ ସୋମବାର ଚେନ୍ନଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି। ଆଜିର ମ୍ୟାଚରେ ଚେନ୍ନଇର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏ ପର୍ଯ୍ୟନ୍ତ ଉଭୟ ଦଳର ପ୍ରଦର୍ଶନ ନିରାଶା ଜନକ ରହିଛି। ଦୁଇ ଦଳ ପଏଣ୍ଟ ଟେବୁଲର ଶେଷ ୨ଟି ସ୍ଥାନରେ ଅଛନ୍ତି। ଉଭୟ ଦଳ ୯ଟି ଲେଖାଏଁ  ମ୍ୟାଚ୍‌ ଖେଳି ୬-୬ଟି ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି ଓ ମାତ୍ର ୩ଟି ଲେଖାଏଁ ମ୍ୟାଚ୍ ଜିତିଛନ୍ତି ।

Comments are closed.