ଆଇପିଏଲ-୨୦୨୧: ସିଏସକେରୁ ବାଦ୍‌ ପଡ଼ିପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ: ତିନି ଥର ଚାମ୍ପିୟନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍‌ସ(ସିଏସକେ)ର ୧୩ଶ ସିଜନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ଆଇପିଏଲ ୨୦୨୦ରେ ସିଏସକେ କେବଳ ପ୍ଲେଅଫରେ ପହଞ୍ଚିପାରି ନ ଥିଲା ତାହା ନୁହେଁ, ବରଂ ପଏଣ୍ଟ ଟେବୁଲରେ ୭ମ ସ୍ଥାନରେ ରହିଥିଲା। ସିଏସକେ ପ୍ଲେଅଫରେ ପହଞ୍ଚି ନ ପାରିବା ଆଇପିଏଲ ଇତିହାସରେ ପ୍ରଥମ ଘଟଣା ଥିଲା। ଏପରି ସ୍ଥଳେ ୨୦୨୧ ଆଇପିଏଲକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆସନ୍ତା ଫେବୃୟାରୀରେ ଖେଳାଳିଙ୍କ ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ତେବେ ନିଲାମ ପାଇଁ ବର୍ତ୍ତମାନ ସୁଦ୍ଧା ତାରିଖ ସ୍ଥିର ହୋଇ ନ ଥିବା ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ କହିଛନ୍ତି। ଏମିତି ସ୍ଥଳେ ଖବର ମିଳୁଛି ଯେ ଚେନ୍ନାଇ ସୁପରକିଙ୍ଗ୍‌ସ ଚଳିତ ସିଜନ ପାଇଁ ୩ ଖେଳାଳିଙ୍କୁ ଟିମରୁ ବାଦ୍‌ ଦେଇପାରେ।

ପୀୟୁଷ ଚାୱଲା

Image Courtesy: IPL

ଆଇପିଏଲ ୨୦୨୦ରେ ପୀୟୁଷ ଚାୱଲା ସିଏସକେ ପାଇଁ ସେତେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ସିଏସକେ ଚାୱଲାଙ୍କୁ ୬.୭୫ କୋଟିରେ କିଣି ଥିଲା। ଆଇପିଏଲ ୨୦୨୦ରେ ସେ ୭ଟି ମ୍ୟାଚରେ କେବଳ ୬ଟି ୱିକେଟ୍‌ ହାସଲ କରିଥିଲେ।

କେଦାର ଯାଦବ

ସିଏସକେ କେଦାର ଯାଦବଙ୍କୁ ୭.୮୦ କୋଟି ଟଙ୍କାରେ କିଣିଥିଲା। କିନ୍ତୁ ଗତ ସିଜନରେ ସେ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଯାଦବ ମୋଟ ୮ଟି ମ୍ୟାଚ ଖେଳିଥିଲେ। ଏସବୁ ମ୍ୟାଚରେ ୨୦.୬୬ ହାରରେ ୯୩.୯୩ ଷ୍ଟ୍ରାଇକ୍‌ ରେଟ୍‌ରେ ମାତ୍ର ୬୨ ରନ୍‌ ସଂଗ୍ରହ କରିଥିଲେ।

ଇମ୍ରାନ ତାହିର

ଚେନ୍ନାଇ ଟିମ୍‌ ଯେଉଁ ୩ୟ ଖେଳାଳିଙ୍କୁ ବାଦ୍‌ ଦେବାର ସମ୍ଭାବନା ରହିଛି ସେ ହେଉଛନ୍ତି ଦକ୍ଷିଣ ଆଫ୍ରିକାର ଖେଳାଳି ଇମ୍ରାନ ତାହିତ। ତାହିର ଆଇପିଏଲ ୨୦୨୦ରେ କେବଳ ୩ଟି ମ୍ୟାଚ ଖେଳିଥିଲେ, ଯେଉଁଥିରେ ସେ ମାତୟ ୧୩ ରନ୍‌ ବିନିମୟରେ ଗୋଟିଏ ୱିକେଟ୍‌ ଅକ୍ତିଆର କରିଥିଲେ।

Comments are closed.