ଲକ୍ଡ଼ାଉନ ଦେଇଛି ଦେଶକୁ ସୁସ୍ଥ ବାୟୁ; ୨୨ ସହର ଉପରିଭାଗରେ ବଢ଼ିଛି ଓଜୋନସ୍ତର

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିଲା। ଏହାପରେ କରୋନା କଟକଣା ସହିତ ଅନ୍‌ଲକ୍‌-୧ ଜାରି କରାଯାଇଛି। ତେବେ ଲକ୍‌ଡାଉନ୍‌ ସମୟରେ ବାୟୁମଣ୍ଡଳର ଓଜୋନସ୍ତର ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଛି। ଦେଶର ୨୨ଟି ସହରର ବାୟୁ ପ୍ରଦୂଷଣ ସମ୍ପର୍କରେ ସମୀକ୍ଷା କରାଯିବା ପରେ ଏହା ଜଣାପଡ଼ିଛି। ଭାରତୀୟ ସହରଗୁଡ଼ିକର ଖରାଦିନ ପ୍ରଦୂଷଣ ସଂକ୍ରାନ୍ତରେ ଅନେକ ତଥ୍ୟ ଉନ୍ମୋଚନ କରାଯାଇପାରିଛି। ଯେତେବେଳେ ପିଏମ୍‌ ୨.୫ ଏବଂ ଏନ୍‌ଓ୨ ସ୍ତର ହ୍ରାସ ପାଇଥାଏ ସେତେବେଳେ ଅନେକ ସହରରେ ବାୟୁମଣ୍ଡଳ  ଅଧିକ ପ୍ରଦୂଷଣ ହୋଇଥିବା ଦେଖିବାକୁ ମିଳିଥାଏ। ଏଥିପାଇଁ ସର୍ବାଧିକ ୮ଘଣ୍ଟାରେ ବାୟୁମଣ୍ଡଳର ଉପରସ୍ତର କିଭଳି ରହୁଛି ତାହା ବିଶ୍ବମାନକ ଅନୁସାରେ ପରୀକ୍ଷା କରାଯାଇଥିଲା। ଦିନକୁ ୮ଘଣ୍ଟା ପରେ ଯେଉଁ ସହରଗୁଡ଼ିକ ବାୟୁମଣ୍ଡଳ ସ୍ତର ପରୀକ୍ଷା ହୋଇଥିଲା ସେସବୁରେ ଅଧିକ ପ୍ରଦୂଷଣ ରହିଥିବା ଦେଖିବାକୁ ମିଳିଥିଲା। ଲକ୍‌ଡାଉନ୍‌ ସମୟରେ ବାୟୁମଣ୍ଡଳ ଓଜୋନ ସର୍ବୋପରି ପିଏମ୍‌ ୨.୫ ଫ୍ରକସନ୍‌କୁ ବୃଦ୍ଧି ପାଇଥିବା ପରିଲକ୍ଷିତ ହୋଇଥିଲା। ଟ୍ରାଫିକ୍‌ରେ ଗାଡ଼ିମଟର ଭିଡ଼ ଦେଖାଯାଇନଥିଲା। ଫଳରେ ସବୁ ସହରରେ ଏନ୍‌ଓ୨ କର୍ଭ ଫ୍ଲାଟେନ୍‌ଡ ରହିଥିଲା ବୋଲି ନୂଆଦିଲ୍ଲୀ ବିଜ୍ଞାନ ଓ ପରିବେଶ କେନ୍ଦ୍ର(ସିଏସ୍‌ଇ) ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଚ୍ଚା ୨୫ରେ ଜାତୀୟସ୍ତରରେ ଲକ୍‌ଡାଉନ୍‌ ଜାରି କରାଯିବା ପରେ ଦେଶରେ ଗାଡ଼ିମଟର ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା। ସଡ଼କରେ କମ୍‌ ସଂଖ୍ୟକ ଗାଡ଼ିମଟର ଚଳାଚଳ କରିବାରୁ ବାୟୁମଣ୍ଡଳରେ ପ୍ରଦୂଷଣ ହ୍ରାସ ପାଇଥିଲା।
ସିଏସ୍‌ଇ ଗବେଷକ କହିଛନ୍ତି ଯେ ଗ୍ରୀଷ୍ମଋତୁରେ ଭାରତରେ ବାୟୁମଣ୍ଡଳ ଉପରସ୍ତର ସମସ୍ୟା ସୃଷ୍ଟି କରିଥାଏ। ତେବେ ଚଳିତ ବର୍ଷ ଅଧିକ ମାତ୍ରାରେ ଏହା ଦେଖିବାକୁ ମିଳିଥିଲା। ଏହା ପ୍ରତିକ୍ରିୟାଶୀଳ ଗ୍ୟାସ୍ ସୃଷ୍ଟି କରିଥିଲା। ଏପରିକି ଏକ ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ରହିଥିବା ଦେଖିବାକୁ ମିଳିିଲା। ଫଳରେ ଶ୍ବାସରୋଗୀଙ୍କ ପାଇଁ ବିପଦ ସୃଷ୍ଟି କରିଥିଲା। ବାୟୁମଣ୍ଡଳ ଉପରସ୍ତର ବଢ଼ିଯିବାରୁ ଏକ ଘଣ୍ଟା ମଧ୍ୟରେ ଶ୍ବାସରୋଗୀ ସମସ୍ୟାରେ ପଡ଼ିଥିଲେ। ସେମାନଙ୍କ ପାଇଁ ୨୪ଘଣ୍ଟା ପର୍ଯ୍ୟନ୍ତ ଏଭଳି ପରିସ୍ଥିିତିରେ ରହିବା କଷ୍ଟକର ହୋଇଥିଲା। ବାୟୁମଣ୍ଡଳ ଉପରସ୍ତର ନିର୍ଗମନରୁ ନାଇଟ୍ରୋଜେନା୍‌ ଏବଂ ଭୋଲାଟାଇଲ୍‌ ଅର୍ଗାନିକ୍‌ କମ୍ପାଉଣ୍ଡ୍‌ସ ମଧ୍ୟରେ ଫଟୋକେମିକାଲ୍‌ ରିଆକ୍‌ସନ୍ ହୋଇଥାଏ। ସୂର୍ଯ୍ୟକିରଣ ଏବଂ ଉତ୍ତାପ ପ୍ରଭାବରେ ବାୟୁରେ ଗ୍ୟାସ୍‌ ସୃଷ୍ଟି ହୋଇଥାଏ, ଯାହାକୁ ଓଜନ୍‌ ମାଧ୍ୟମରେ ନିୟନ୍ତ୍ରଣ କରାଯାଇପାରିବ ବୋଲି ସିଏସ୍‌ଇ କାର୍ଯ୍ୟନିର୍ବାହୀ ନିର୍ଦେଶକ ଅନୁମିତା ରାୟଚୌଧୁରୀ ପ୍ରକାଶ କରିଛନ୍ତି। କରୋନା ମହାମାରୀ ବାୟୁ ପ୍ରଦୂଷଣ ହ୍ରାସ କରିଥିଲା। ସାଧାରଣତଃ ଶୀତ ଋତୁରେ ବାୟୁ ପ୍ରଦୂଷଣ ହ୍ରାସ ପାଇଥାଏ। ତେବେ ଅଧିକ ପବନ ବହିବା, ଅନିୟମିତ ଘଡ଼ଘଡ଼ି ସହ ବର୍ଷା, ଗ୍ରୀଷ୍ମଲହରି ଓ ଅଧିକ ଉତ୍ତାପ ରହିବା ଆଦି ଗ୍ରୀଷ୍ମରୂତୁରେ ବାୟୁ ପ୍ରଦୂଷଣ ବିଶେଷତ୍ବ ବୋଲି କୁହାଯାଉଛି। ଫଳରେ ବାୟୁମଣ୍ଡଳ ଉପରସ୍ତର ଉତ୍ତାପ ଅଧିକ ବୃଦ୍ଧି ପାଇଥାଏ ବୋଲି ସେ କହିଛନ୍ତି।

Comments are closed.