ସିଏସଇର ଉଦବେଗ: ତାପଜ ବିଦ୍ୟୁତ୍ ପ୍ଲାଣ୍ଟ ମାନୁନାହାନ୍ତି ପରିବେଶ ପ୍ରଦୂଷଣ ନିୟମ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୀ ପରିବର୍ତ୍ତନ ମନ୍ତ୍ରାଳୟ ଦ୍ବାରା ଡିସେମ୍ବର ୨୦୧୫ରେ ତାପଜ ବିଦ୍ୟୁତ୍ କେନ୍ଦ୍ର ପାଇଁ ପ୍ରସ୍ତୁତ ହୋଇଥିଲା ପ୍ରଦୂଷଣ ନିୟନ୍ତ୍ରଣ ନିୟମ ।  ଦେଶର କୋଲ୍‌-ଫାୟାର୍ଡ ପାୱାର ପ୍ଲାଣ୍ଟ ଇଲେକ୍ଟ୍ରିସିଟି ଓ ବର୍ଣ୍ଣିଂ କୋଲ୍‌ କମ୍ପାନୀଗୁଡ଼ିକ ନିମନ୍ତେ ଧାର୍ଯ୍ୟ ମାନ ବଜାୟ ରଖିବା ନିମନ୍ତେ ନିର୍ଦେଶ ଦିଆଯାଇଥିଲା । ୨୦୨୨ ମସିହା ସୁଦ୍ଧା ସମସ୍ତ ବିଦ୍ୟୁତ୍ କେନ୍ଦ୍ରଗୁଡ଼ିକ ଏହି ନିୟମ କାର୍ଯ୍ୟକାରୀ କରିବାକୁ ସର୍ତ ରଖା ଯାଇଥିଲା । ମାତ୍ର ଇତିମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ୭୦ ପ୍ରତିଶତ ପ୍ଲାଣ୍ଟ ଏମିସନ୍‌ ମାନ ବଜାୟ ରଖୁନାହାନ୍ତି । କୋଲ୍‌ ଫାୟାର୍ଡ ପାୱାର୍‌ ପ୍ଲାଣ୍ଟ ଇଣ୍ଡଷ୍ଟ୍ରିଗୁଡ଼ିକରେ ପରିବେଶ ପ୍ରଦୁଷଣ ଓ ବାୟୁ ପ୍ରଦୁଷଣ ନିୟମ ମାନୁନାହାନ୍ତି । ଏହାଦ୍ବାରା ଶିଳ୍ପାଞ୍ଚଳଗୁଡ଼ିକରେ ପ୍ରଦ୍ୟଷଣ ମାତ୍ରା ବୃଦ୍ଧି ପାଇବାରେ ଲାଗିଛି, ଯାହା ଚିନ୍ତାର କାରଣ ବୋଲି ସେଣ୍ଟର ଫର ସାଇନ୍ସ ଆଣ୍ଡ ଏନ୍‌ଭର୍ଣ୍ଣମେଣ୍ଟ(ସିଏସ୍‌ଇ) ଦ୍ବାରା କରାଯାଇଥିବା ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ।

ସିଏସ୍‌ଇ ମହାନିର୍ଦେଶକ ସୁନିତା ନରୈନ୍‌ କହିଛନ୍ତି ଯେ କୋଇଲା ବ୍ୟବହୃତ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ରେ ପରିବେଶ ନିୟମ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ଆକଳନ କରିବା ପାଇଁ ସିଏସ୍‌ଇ ପକ୍ଷରୁ ଏକ ଅଧ୍ୟୟନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମ ୭ବର୍ଷ ବିତି ଯାଇଛି। ଏହାପରେ ୨୦୧୭ରେ ଏହାର ଚୁକ୍ତି ଅବଧି ଅତିରିକ୍ତ ୫ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିପଦପୂର୍ଣ୍ଣ ସଲ୍‌ଫର ଡାଇଅକ୍ସାଇଡ୍(ଏସ୍‌ଓ୨) ମାନ ସହିତ କୋଲ୍‌-ଫାୟାର୍ଡ ଉତ୍ପାଦନ କ୍ଷମତାକୁ ନେଇ କେହି ଆପତ୍ତି ଉଠାଇ ନାହାନ୍ତି । ଦେଶରେ କେତେକ କୋଲ୍‌ ଫାୟାର୍ଡ ପାୱାର ପ୍ଲାଣ୍ଟ ପ୍ରଦୂଷିତ ଶିଳ୍ପଦ୍ୟୋଗ ଭାବେ ବିବେଚିତ। ଅଧିକାଂଶ ପ୍ଲାଣ୍ଟ୍‌ରେ ୬୦ ପ୍ରତିଶତ ପାର୍ଟିକୁଲାର୍‌ ମେଟର(ପିଏମ୍‌) ଏମିସନ୍‌ ରହିଥିବା ସୂଚନା ଦିଆଯାଉଛି। ଏହାସହିତ ୪୫ପ୍ରତିଶତ ଏସ୍‌ଓ୨, ୩୦ ପ୍ରତିଶତ ଏନ୍‌ଓଏକ୍ସ ଏବଂ ୮୦ ପ୍ରତିଶତ ମର୍କୁରି ଏମିସନ୍‌ ରହିଛି। ଏଥିପାଇଁ ପ୍ଲାଣ୍ଟ୍‌ଗୁଡ଼ିକରେ  କୋଇଲା  ବ୍ୟବାହାର କରାଯାଉଛି। ତେଣୁ ଭାରତର ଥର୍ମାଲ୍‌ ପାୱାର ସେକ୍ଟରଗୁଡ଼ିକ ପ୍ରଦୁଷଣମୁକ୍ତ କରିବାକୁ ପଦକ୍ଷେପ ନେବା ନିହାତି ଦରକାର । କାରଣ ୫୬ ପ୍ରତିଶତ ଉତ୍ପାଦନ କ୍ଷମତା ଏହା ଉପରେ ନିର୍ଭର କରିଥାଏ। ଫଳରେ ପ୍ଲାଣ୍ଟଗୁଡ଼ିକରେ ଉତ୍ପାଦନ କ୍ଷମତା ବୃଦ୍ଧିରେ ଅଧିକ କୋଇଲା ବ୍ୟବହାରକୁ ମୁଖ୍ୟ ଆଧାର ଭାବେ ଗ୍ରହଣ କରାଯାଉଛି। ଅପରପକ୍ଷରେ ଦେଶର ସବୁ ଇଣ୍ଡଷ୍ଟ୍ରି ପାଇଁ ୭୦ ପ୍ରତିଶତ ଜଳର ଆବଶ୍ୟକତା ପୂରଣ ହୋଇପାରୁ ନଥିବା ଜଣାପଡ଼ିଛି।

Comments are closed.