କର୍ଫ୍ୟୁରେ ଚାଲିବ ଶିଳ୍ପାନୁଷ୍ଠାନ, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

କର୍ମଚାରୀଙ୍କ କୋଭିଡ୍‌ ପରୀକ୍ଷା ଓ ସଂକ୍ରମଣ ରୋକିବାକୁ ଶିଳ୍ପାନୁଷ୍ଠାନ ନେବେ ପଦକ୍ଷେପ

ଭୁବନେଶ୍ବର: ନାଇଟ୍‌ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍‌ଡାଉନ୍‌ ସତ୍ତ୍ବେ ଶିଳ୍ପାନୁଷ୍ଠାନ ଚାଲିବ। ଗାଇଡ୍‌ଲାଇନ୍‌ ସହ ଶିଳ୍ପାନୁଷ୍ଠାନ ଚାଲିବା ନେଇ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର ସ୍ପଷ୍ଟ କରିଛନ୍ତି। ଶିଳ୍ପାନୁଷ୍ଠାନଗୁଡ଼ିକରେ କୋଭିଡ୍‌ ଗାଇଡ୍‌ ଲାଇନ୍‌ କଡ଼ାକଡ଼ି ଭାବେ ପାଳନ ହେବ। କର୍ମଚାରୀମାନଙ୍କ କୋଭିଡ୍‌ ପରୀକ୍ଷା ପାଇଁ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ବ୍ୟବସ୍ଥା କରିବେ। କ୍ୟାମ୍ପସ ଓ କାର୍ଯ୍ୟସ୍ଥଳୀରେ କରୋନା ସଂକ୍ରମଣ ରୋକିବା ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାତ୍ରିକାଳୀନ କର୍ଫ୍ୟୁ ଓ ସପ୍ତାହାନ୍ତ ସଟ୍‌ଡାଉନ୍‌ ସମୟରେ ଶିଳ୍ପାନୁଷ୍ଠାନ ଏବଂ ତତ୍‌ସମ୍ପର୍କିତ କାର୍ଯ୍ୟକଳାପ ବିନା କଟକଣାରେ ଜାରି ରହିବ ବୋଲି ସ୍ପଷ୍ଟ କରିଛନ୍ତି । କିନ୍ତୁ କୋଭିଡ୍‌ ମାର୍ଗଦର୍ଶିକା ପାଳନ କରିବାକୁ ହେବ। ସବୁ ଶିଳ୍ପ ପ୍ରତିଷ୍ଠାନକୁ ନିଜ ନିଜ କର୍ମସ୍ଥଳୀ ଓ ପରିସରରେ କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଦିଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦିଆଯାଇଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।

Comments are closed.