ରୋଜଗାର ବୃଦ୍ଧି ପାଇଁ ଧଳା ରଙ୍ଗର କ୍ରିଷ୍ଟାଲ ବଲ୍ ଲଗାନ୍ତୁ

0

ଫେଙ୍ଗସୁଇ ଅନୁସାରେ ଘର ଭିତରେ କ୍ରିଷ୍ଟାଲ ବଲ୍ ଲଗାଇବା ଦ୍ବାରା ନକରାତ୍ମକ ଶକ୍ତି ବାହାରକୁ ଚାଲି ଯାଇଥାଏ। ଆର୍ଥିକସ୍ଥିତିକୁ ସୁଦୃଢ କରିବା ପାଇଁ ମଧ୍ୟ ଏହା ସହାୟକ ହୋଇଥାଏ। କ୍ରିଷ୍ଟାଲ ବଲକୁ ସର୍ବଦା ଘରର ଲିଭିଙ୍ଗ୍ ରୁମର ଦକ୍ଷିଣ-ପଶ୍ଚିମ ଦିଗରେ ଲଗାଇବା ଉଚିତ। ଏହାକୁ ଲିଭିଙ୍ଗ୍ ରୁମରେ ଲଗାଇବା ଦ୍ବାରା ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟ​‌ରେ ଉତ୍ତମ ସମ୍ପର୍କ ରହିଥାଏ। ଏହାଦ୍ବାରା ସମାଜରେ ଲୋକପ୍ରିୟ ମଧ୍ୟ ହୋଇ ପାରିବେ। କ୍ରିଷ୍ଟାଲ ବଲକୁ ପ୍ରତ୍ୟେକ ଦିନ ତିନି ଥର ଘଣ୍ଟା ପରି ବୁଲାନ୍ତୁ। ଏପରି କରିବା ଦ୍ବାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।

କ୍ରିଷ୍ଟାଲ ବଲ୍ ଲଗାଇବା ବେଳେ କେଉଁ ରଙ୍ଗର ବଲ ଲଗାଇବା ଉଚିତ ତାହା ପ୍ରଥମେ ଜାଣି ନେବା ଉଚିତ। ଗୋଲାପୀ ରଙ୍ଗର କ୍ରିଷ୍ଟାଲ ବଲ୍ ଲଗାଇବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଧଳା ରଙ୍ଗର କ୍ରିଷ୍ଟାଲ ବଲ୍ ଘରେ ଲଗାଇବା ଦ୍ବାରା ଘରେ ପିଲାଙ୍କର ବିକାଶ ହେବା ସହ ରୋଜଗାର ମଧ୍ୟ ବୃଦ୍ଧି ପାଇଥାଏ।

Leave A Reply