କ୍ରିଷ୍ଟଲ ଆୱାର୍ଡ଼ରେ ସମ୍ମାନିତ ହେଲେ ଦୀପିକା

ଦାବୋସ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସ୍ୱିଜରଲ୍ୟାଣ୍ଡର ଦାବୋସରେ କ୍ରିଷ୍ଟଲ ଆୱାର୍ଡ଼ରେ ସମ୍ମାନିତ କରାଯାଇଛି। ମାନସିକ ସ୍ୱାସ୍ଥ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଓ ଏହାର ନେତୃତ୍ୱ ନେବା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଦୀପିକା ଡିପ୍ରେଶନ୍‍ ସହ ନିଜ ଲଢେଇ ବିଷୟରେ କହିଥିଲେ। ଏହା ସହିତ ସେ ସେଠାରେ ପ୍ରେରଣାଦାୟୀ ଭାଷଣ ମଧ୍ୟ ଦେଇଥିଲେ। କାର୍ଯ୍ୟକ୍ରମରେ ଦୀପିକାଙ୍କ ଲୁକ୍‍ ଖୁବ୍‍ ଆକର୍ଷଣୀୟ ଥିଲା। କ୍ରିଷ୍ଟଲ ଆୱାର୍ଡ଼ ହାତରେ ଧରି ଭିନ୍ନ ଢଙ୍ଗରେ ସେ ଫଟୋ ମଧ୍ୟ ଉଠାଉଥିଲେ।

ସୂଚନାଯୋଗ୍ୟ, ଏହି ଆୱାର୍ଡ଼ ସଂସ୍କୃତିର ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ପ୍ରଦାନ କରାଯାଇଥାଏ। ଯେଉଁମାନେ ନିଜ ଯୋଗଦାନରେ ବିଶ୍ୱର ଉନ୍ନତି କରୁଛନ୍ତି ଓ ଲଗାତର ପରିବର୍ତ୍ତନ ଆଣୁଛନ୍ତି।

Comments are closed.