ଗର୍ଭବତୀଙ୍କୁ ୬ କିମି ବୋହିଲେ ଯବାନ

ନୂଆଦିଲ୍ଲୀ: ନକ୍ସଲ ପ୍ରଭାବିତ ଛତିଶଗଡରେ ମୁତୟନ ସିଆରପିଏଫ ଯବାନଙ୍କ ମାନବିକତା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ବିଜାପୁର ଜିଲାର ପାଡେଡା ଅଞ୍ଚଳରେ ମୁତୟନ ଏହି ଯବାନ ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ୬କିମି ବୋହି ଡାକ୍ତରଖାନାରେ ପହଞ୍ଚାଇବା ଭଳି ମହାନ କାମ କରିଛନ୍ତି। ରିପୋର୍ଟ ଅନୁଯାୟୀ ମଙ୍ଗଳବାର ସକାଳେ ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଗ୍ରାମରେ ଜଣେ ଗର୍ଭବତୀଙ୍କ ଅବସ୍ଥା ସଙ୍କଟଜନକ ଥିବା ଶୁଣିବାକୁ ପାଇଥିଲେ। ପରେ ଯବାନମାନେ ଏକ ଖଟିଆ ଉପରେ ମହିଳା ଜଣଙ୍କୁ ବସାଇ ରଶି ସହାୟତାରେ ଏହାକୁ କାନ୍ଧେଇ ଡାକ୍ତରଖାନା ନେଇଥିଲେ। ଠିକ୍ ସମୟରେ ଗର୍ଭବତୀ ଜଣଙ୍କ ଡାକ୍ତରଖାନାରେ ପହଞ୍ଚିଥିବାରୁ କୌଣସି ସମସ୍ୟା ସୃଷ୍ଟି ହୋଇ ନଥିଲା।

Comments are closed.