ଟଳିପଡିଲେ ସିଆରପିଏଫ ଯବାନ, ମୃତ୍ୟୁର କାରଣ ଅସ୍ପଷ୍ଟ

ବଲାଙ୍ଗିର – ବଲାଙ୍ଗିର କେନ୍ଦ୍ରୀୟ ସୁରକ୍ଷା ବାହିନୀ(ସିଆରପିଏଫ) ୧୮୯ ବେଟେଲିଆନର ଜଣେ ଯବାନଙ୍କର ରବିବାର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଯବାନ ଜଣକ ପଶ୍ଚିମ ତ୍ରୀପୁରାର ଶ୍ରୀଦମ ଦେବବର୍ମା ବୋଲି ଜଣାପଡିଛି । ଖପ୍ରାଖୋଲରେ ସେ କାର୍ଯ୍ୟରତ ଥିବା ଶ୍ରୀଦମ ଦାସବର୍ମା ଗତ କିଛି ଦିନ ହେଲା ବଲାଙ୍ଗିର ଲର୍କିପାଲି ସିଆରପିଏଫ କ୍ୟାମ୍ପ ଠାରେ ଡ୍ୟୁଟି କରୁଥିଲେ ।

ରବିବାର ଦିନବେଳା ଡ୍ୟୁଟି ପରେ ମେସକୁ ଖାଇବାକୁ ଯାଇଥିଲେ ଖାଇବା ସମୟରେ ହଠାତ୍‌ ଟଳିପଡିଥିଲେ । ସାଥୀ ଯବାନମାନେ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ଆଣିଥିଲେ । ହସପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ଯବାନଙ୍କର ମୃତ୍ୟୁର କାରଣ ଜଣାପଡିନାହିଁ । ବଲାଙ୍ଗିର ସହର ଭିତରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି । ଖରା ସମୟରେ ଡ୍ୟୁଟି କରୁଥିବାରୁ ଅଂଶୁଘାତ ଯୋଗୁଁ ଯବାନଙ୍କ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ଯବାନଙ୍କ ମୃତ୍ୟୁ ସଂପର୍କରେ ଡାକ୍ତର କିମ୍ୱା ସିଆରପିଏଫ ପକ୍ଷରୁ କେହି ମୁହଁ ଖୋଲୁନାହାନ୍ତି। ଶବ ବ୍ୟବଚ୍ଛେଦ ପରେ ୧୮୯ ବେଟେଲିଆନର ଜମଯବାନମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।

Comments are closed.