ଆହତକୁ ୫କିମି ଖଟିଆରେ ବୋହିଲେ ଯବାନ

ଛଡିଶଗଡ : ଛତିଶଗଡରେ ନକ୍ସଲ ଓ ପୁଲିସ ମାନଙ୍କ ମଧ୍ୟରେ ଗୁଳିବିନିମୟ ଖବର ସବୁସମୟରେ ମୁଣ୍ଡବିନ୍ଧାର କାରଣ ସାଜିଥାଏ। କିନ୍ତୁ ଏ ସମସ୍ତ ମଧ୍ୟରେ ଏଭଳି ଏକ ଖବର ଆସିଛି ଯାହା ଯବାନଙ୍କ ପ୍ରତି ଲୋକଙ୍କ ସମ୍ମାନ ଆହୁରି ବଢିଯାଇଛି। ସୂଚନା ଅନୁସାରେ ଛତିଶଗଡର ବିଜାପୁରରେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସିଆରପିଏଫ ଯବାନମାନେ ଦୀର୍ଘ ୫କିମି ଖଟିଆରେ ବୋହି ଡାକ୍ତରଖାନା ଆଣିଥିଲେ। ଆହତ ବ୍ୟକ୍ତିକୁ ଯବାନମାନେ ଏକ ଖଟିଆ ସାହାଯ୍ୟରେ ଆଣିଥିଲେ। ବର୍ତ୍ତମାନ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି।

Comments are closed.