ଆଜି ଠାରୁ ପିତୃପକ୍ଷ ଆରମ୍ଭ : କାଉ ସହ ଜଡ଼ିତ ଏହି ବୈଜ୍ଞାନିକ ମହତ୍ତ୍ୱ

ଆଜି ଠାରୁ ଆରମ୍ଭ ହେଉଛି ପିତୃପକ୍ଷ। ପିତୃପକ୍ଷରେ ପ୍ରାୟତଃ କାଉ, କୁକୁର ଓ ଗାଈଙ୍କୁ ଭୋଜନ ଦିଆଯାଇଥାଏ। ମାତ୍ର ଆପଣ ଜାଣନ୍ତି କି ଶ୍ରାଦ୍ଧରେ କାଉର କେଉଁ ମହତ୍ତ୍ୱ ରହିଛି। ଜାଣନ୍ତୁ….
କାଉଙ୍କୁ ସଂରକ୍ଷଣ ଦେବା ପ୍ରତି ନା କେବଳ ଧାର୍ମିକ ମହତ୍ତ୍ୱ ବରଂ ଏହାର ବୈଜ୍ଞାନିକ ମହତ୍ତ୍ୱ ରହିଛି। ଯାହା ଅନୁଯାୟୀ କାଉ, ପ୍ରକୃତି ତଥା ମାନବ ଜୀବନ ସହ ଗଭୀର ସମ୍ବନ୍ଧ ରହିଛି।
ଏକ ଅଧ୍ୟୟନ ସୂଚନା ଅନୁଯାୟୀ, କାଉ ଅଧିକାଂଶ ବର ଓ ଅଶ୍ୱତ୍ଥ ବୃକ୍ଷର ଫଳ ଖାଇଥାଏ। ଫଳର ଉପରି ଅଂଶ କାଉ ପେଟରେ ହଜମ ହୋଇଯାଇଥିଲେ ମଧ୍ୟ ମଞ୍ଜି ଏକ ସ୍ୱତନ୍ତ୍ର ପକ୍ରିୟାରେ କାଉ ମଳତ୍ୟାଗ କରିବା ସମୟରେ ବାହାରି ଆସେ। ଯାଦ୍ୱାରା ଆପଣ ଅନେକ ଘରର ଛାତ ଓ ଭିନ୍ନ ଭିନ୍ନ ସ୍ଥାନରେ ବର ଓ ଅଶ୍ୱତ୍ଥ ବୃକ୍ଷ ସୃଷ୍ଟି ହୋଇଥାଏ। ତେଣୁ କାଉ କାରଣରୁ ହିଁ ଅଧିକାଂଶ ବର ଓ ଅଶ୍ୱତ୍ଥ ବୃକ୍ଷର ଉତ୍ପନ ହୋଇଥାଏ ।
ବର ଓ ଅଶ୍ୱତ୍ଥ ଏପରି ବୃକ୍ଷ ଯେଉଁଥିରୁ ୨୪ ଘଣ୍ଟା ଅମ୍ଳଜାନ ମିଳିଥାଏ।
କାଉମାନେ ସାଧାରଣତଃ ଭାଦ୍ରକ ମାସ ଶେଷ ବେଳକୁ ଅଣ୍ଡା ଦେଇଥାଆନ୍ତି। ପ୍ରାୟ ୯ ଦିନ ପରେ କାଉ ଛୁଆମାନେ ଅଣ୍ଡାରୁ ବାହାରି ଥାଆନ୍ତି। ସେହି ସମୟରେ ମା’ କାଉ ଘରର ଛାତରୁ ପିତୃଙ୍କ ନିମନ୍ତେ ରଖାଯାଇଥିବା ଖାଦ୍ୟକୁ ଆଣି ନିଜେ ଖାଇବା ସହ ତା’ର ଛୁଆକୁ ଆହର ଦେଇଥାଏ। ପିତୃପକ୍ଷ ଚାଲୁ ରହିବା ପର୍ଯ୍ୟନ୍ତ ପ୍ରାୟ ନିୟମିତ ସେ ନିଜ ଛୁଆଙ୍କୁ ଏହି ଖାଦ୍ୟ ଆଣି ଦେଇଥାଏ। ଫଳରେ କାଉ ଛୁଆମାନେ ମଧ୍ୟ ଭଲରେ ବଢିଥାଆନ୍ତି।
ଏହାସହ ବର ଓ ଅଶ୍ୱତ୍ଥ ବୃକ୍ଷର ବହୁ ଔଷଧୀୟ ଗୁଣ ଥିବାରୁ କାଉମାନେ ଏହି ବୃକ୍ଷର ସଂରକ୍ଷଣ ପାଇଁ କାଉଙ୍କ ଜୀବିତ ରହିବା ନିତ୍ୟାନ୍ତ ଆବଶ୍ୟକ।

Comments are closed.