ଫସଲ ବୀମା – ୩ କମ୍ପାନୀ ସହ ହେବ ବୁଝାମଣା

ଭୁବନେଶ୍ୱର: ଚଳିତ ବର୍ଷ ଫସଲ ବୀମା ଲାଗି ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ଏଥିରେ କୃଷି ନିର୍ଦେଶକ ଅଧ୍ୟକ୍ଷ ରହିଥିବାବେଳେ ସମବାୟ ସମିତି ମହାନିବନ୍ଧକ ଆବାହକ ରହିଛନ୍ତି। ଏହାବାଦ୍‍ ଅର୍ଥନୈତିକ ଓ ପରିସଂଖ୍ୟାନ ନିର୍ଦେଶକ ଓ ଅର୍ଥବିଭାଗ ଯୁଗ୍ମ ସଚିବ ସଭ୍ୟ ରହିଛନ୍ତି। ସମବାୟ ବିଭାଗ ପକ୍ଷରୁ ଗଠିତ ଉକ୍ତ କମିଟି ୨୦୨୧-୨୨ ବର୍ଷ ଫସଲ ବୀମା ପାଇଁ କମ୍ପାନୀ ସ୍ଥିର କରିବେ ବୋଲି ବିଭାଗ ପକ୍ଷରୁ ଜଣାଯାଇଛି।

ଚଳିତବର୍ଷ ଏଆଇସିଅଫ୍‍ ଇଣ୍ଡିଆ ଲି., ରିଲାୟନ୍ସ ଜିଆଇସି ଲି. ଏବଂ ଏଚଡିଏଫସି ଏରଗୋ ଜିଆଇସିଙ୍କ ମଧ୍ୟରେ ବୁଝାମଣା କରି ବୀମା କମ୍ପାନୀକୁ ସ୍ଥିିର କରାଯିବ ବୋଲି ଜଣାଯାଇଛି।

Comments
Loading...