କରୋନା ଆତଙ୍କ : ଭାରତକୁ ବିମାନ ଚଳାଚଳ ବାତିଲ କଲା ବାଂଲାଦେଶ ଏୟାରଲାଇନ୍ସ

ନୂଆଦିଲ୍ଲୀ : କରୋନା ଭୂତାଣୁ(ଭାଇରସ୍) ସମଗ୍ର ଦେଶରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ବାଂଲାଦେଶ ଏୟାରଲାଇନ୍ସ ପକ୍ଷରୁ ଭାରତକୁ ବିମାନ ଚଳାଚଳ ବାତିଲ କରାଯାଇଛି। ବାଂଲାଦେଶରୁ କାର୍ଯ୍ୟ କରୁଥିବା ଅନେକ ବିମାନ କମ୍ପାନୀ କରୋନା ଭୂତାଣୁ(ଭାଇରସ୍)ର ବିସ୍ତାର ଏବଂ ଭାରତ ଦ୍ୱାରା ଲାଗୁ ହୋଇଥିବା ଯାତ୍ରା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ଭାରତକୁ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଥିବା ଜଣାପଡ଼ିଛି।

ବାଂଲାଦେଶ ଏୟାରଲାଇନ୍ସ ପକ୍ଷରୁ ଗୁରୁବାର ଘୋଷଣା କରିଛି ଯେ, ଏହାର କୌଣସି ବିମାନ ଶନିବାର ଠାରୁ ଭାରତକୁ ଯିବ ନାହିଁ। ତେବେ କୋଲକାତାରୁ ବାଂଲାଦେଶୀମାନଙ୍କୁ ଫେରାଇ ଆଣିବା ପାଇଁ ରବିବାର ଦିନ ଗୋଟିଏ ବିମାନ ଚଳାଚଳ କରାଯିବ ବୋଲି କୁହାଯାଇଛି।

Comments are closed.