ଜାଲରୁ ଉଦ୍ଧାର ହେଲା କୁମ୍ଭୀର

ଭୁବନେଶ୍ୱର: ଜାଲରୁ ଉଦ୍ଧାର ହେଲା କୁମ୍ଭୀର । ମହାନଦୀରେ ମାଛଧରାଳିଙ୍କ ଜାଲରେ ଫସିଯାଇଥିବା ଏକ ଘଡିଆଳ କୁମ୍ଭୀରକୁ ଉଦ୍ଧାର କରାଯଇିଛି । ସୂଚନା ଅନୁଯାୟୀ, ନନ୍ଦନକାନନରେ ଘଡିଆଳ କୁମ୍ଭୀର ଅଣ୍ଡାରୁ ଫୁଟିଥିବା କିଛି ଛୁଆଙ୍କୁ ମହାନଦୀରେ ଛଡା ଯାଇଥିଲା । ସମସ୍ତ କୁମ୍ଭୀରଙ୍କ ଦେହରେ ଟ୍ରାନ୍ସମିଟର ମଧ୍ୟ ଖଞ୍ଜା ଯାଇଥିଲା । ସେମାନଙ୍କ ମଧ୍ୟରୁ ଗୋଟିଏ ମାଈ କୁମ୍ଭୀର ନଦୀର ତଳ ଆଡ଼କୁ ପ୍ରାୟ ୫୭ କିଲୋମିଟର ଯାଏଁ ଚାଲି ଯାଇଥିଲା । ନଦୀରେ ମାଛଧରା ଜାଲରେ ପଡ଼ିବା ପରେ ସୌଭାଗ୍ୟ ବସତଃ ଜାଲରୁ ଖସିଯାଇଥିଲା । ହେଲେ କୁମ୍ଭୀରଟିର ପାଟିରେ ଜାଲ ଲାଗିଯାଇଥିବାରୁ ଖାଦ୍ୟ ଖାଇବାକୁ କୁମ୍ଭୀରଟିକୁ ଅସୁବିଧା ହେଉଥିଲା । କୁମ୍ଭୀରଟିକୁ ସ୍ଥାନୀୟ କିଛି ଲୋକ ଦେଖିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ତରଫରୁ କୁମ୍ଭୀରକୁ ଧରି ତା ମୁହଁରୁ ଜାଲ ଫାଶ ବାହାରକରିଥିଲେ । ରାଜ୍ୟ ସରକାରଙ୍କ ଘଡ଼ିଆଳ କୁମ୍ଭୀର ସଂରକ୍ଷଣ ପ୍ରୋଜେକ୍ଟ ଆଡଭାଇଜର ପ୍ରଫେସର ସୁଦର୍ଶନ ମହାରଣା, ନନ୍ଦନକାନନର ବାୟୋଲୋଜିଷ୍ଟ ଡଃ ରାଜେଶ ମହାପାତ୍ର କୁମ୍ଭୀର କେୟାର ଟେକର ମାନଙ୍କ ସହିତ କଟକ ଜିଲ୍ଲାର ନରସିଂହପୁରର ପଦମାଳ ଅଞ୍ଚଳରେ ପହଞ୍ଚି କୁମ୍ଭୀରଟିକୁ ଉଦ୍ଧାର କରିଥିଲେ ।

Comments are closed.