କଲୋନୀରେ କୁମ୍ଭୀର ; ଲୋକେ ଭୟଭୀତ

ହରିଦ୍ୱାର : ଉତ୍ତରାଖଣ୍ଡର ରିହାୟଶୀ ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ କୁମ୍ଭୀର ଦେଖିବା ମାତ୍ରେ ଘଟଣାସ୍ଥଳରେ ହଇଚଇ ସୃଷ୍ଟି ହୋଇଥିଲା। ଲୋକେ ଭୟଭୀତ ହୋଇ ତୁରନ୍ତ ଏନେଇ ବନ ବିଭାଗକୁ ଜଣାଇଥିଲେ। ଏହାପରେ ବନବିଭାଗର ଟିମ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିଥିଲେ। ଏହି ଘଟଣା ଜ୍ୱାଲାପୁର କୋତବାଲୀ ଅନ୍ତର୍ଗତ ରାଜଲୋକ କଲୋନୀ ଅଞ୍ଚଳର। ରାତି ୧୦ଟା ସମୟରେ ପ୍ରାୟ କୁମ୍ଭୀର ଏହି ଅଞ୍ଚଳରେ ପଶି ଆସିଥିଲା।

 

Comments
Loading...