ସାତକୋଶିଆରେ ଆରମ୍ଭ ହେଲା କୁମ୍ଭୀର ଗଣନା

ହରଭଙ୍ଗା : ସାତକୋଶିଆ ଏବଂ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ପକ୍ଷରୁ ଚଳିତବର୍ଷ କୁମ୍ଭୀର ଗଣନା ଗୁରୁବାରଠାରୁ ଆରମ୍ଭ ହୋଇଛି । ଦୁଇଦିନ ଧରି ସର୍ଭେ କାର୍ଯ୍ୟ ଚାଲିବ । ଉଭୟପଟୁ ୧୪ଟି ଟିମରେ ୫୬ଜଣ କର୍ମଚାରୀ ସାମିଲ ହୋଇ ମୋବାଇଲ ଆପ, ବାଏନାକୁଲର ସାହାଯ୍ୟରେ ଗଣନା କରିବେ । ମାଛ ଧରା ଡଙ୍ଗା ସାହାଯ୍ୟରେ ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଟିମରେ ଥିବା କର୍ମଚାରୀମାନେ ମହାନଦୀରେ ବୁଲି ବୁଲି ବାଲିରେ ଶୋଇଥିବା ବିଭିନ୍ନ ପ୍ରଜାତିର କୁମ୍ଭୀର ଗଣନା କରୁଛନ୍ତି । ଏହା ସହିତ ବାଲି ଉପରେ କୁମ୍ଭୀରର ପାଦଚିହ୍ନକୁ ମୋବାଇଲ ଆପ ସାହାଯ୍ୟରେ ଚିହ୍ନଟ କରାଯାଉଛି। ମହାନଦୀର ମାରଡା ଠାରୁ କୁତୁରୀ, ମାରଡା ଠାରୁ ଶୀତଳପାଣି, ଶୀତଳପାଣି ଠାରୁ ହରଭଙ୍ଗା ଏବଂ ହରଭଙ୍ଗା ଠାରୁ ଅଏଡା ପର୍ଯ୍ୟନ୍ତ କୁମ୍ଭୀର ଗଣନା କରାଯିବ ବୋଲି ସୂଚନା ମିଳିଛି । ଆଜି କୁମ୍ଭୀର ଗଣନା ସମୟରେ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞ ପକ୍ଷରୁ ନୟାଗଡ ବନ୍ୟପ୍ରାଣୀ ଏସିଏଫ ଶୁଭଦର୍ଶନୀ ମହାନ୍ତି, ରେଞ ଅଫିସର ସଂସାର ବର୍ଗିଆ ପ୍ରମୁଖ ସାମିଲ ହୋଇଥିଲେ। ପ୍ରତିବର୍ଷ ଜାନୁୟାରୀ ମାସରେ କୁମ୍ଭୀର ଗଣନା କରାଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.