ବାସନ ଧୋଇବା ବେଳେ ଟାଣିନେଲା କୁମ୍ଭୀର; ୨ ଘଣ୍ଟା ପରେ କ୍ଷତାକ୍ତ ମୃତଦେହ ଉଦ୍ଧାର

ରାଜନଗର: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ମହୁଲିଆ ପଂଚାୟତ ଝାରପଡା ଗାଁରେ ଘଟିଛି ଏକ ଦୁଃଖଦ ଘଟଣା। ଗାଁର କଳ୍ପତରୁ ଜେନାଙ୍କ ସ୍ତ୍ରୀ ଜାନକୀ ଜେନା ବ୍ରାହ୍ମଣୀ ନଦୀରେ ବାସନ ଧୋଉଥିବା ବେଳେ କୁମ୍ଭୀର ଆକ୍ରମଣ କରି ଟାଣି ନେଇଥିଲା। ଏହାପରେ ତାଙ୍କ ପତ୍ତା ମିଳି ନଥିଲା। ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ନଦୀରେ ଖୋଜାଖୋଜି କରିବା ପରେ ଚାନ୍ଦିବାଉଁଶମୂଳ ପଂଚାୟତ ଦକ୍ଷିଣଭେଡାର ଈଶ୍ୱର ଗୋପାଳଙ୍କ ଘର ପଛପଟେ ଥିବା ନଦୀରେ ଜାନକୀଙ୍କ କ୍ଷତାକ୍ତ ମୃତଦେହ ଭାଷୁଥିବାବେଳେ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Comments are closed.