ଜାଣନ୍ତୁ କୁମ୍ଭୀର ପାଟିରୁ ନିଜକୁ କିଭଳି ରକ୍ଷା କଲା କଇଁଛ

ସୋସିଆଲ ମିଡ଼ିଆରେ ଏବେ ଏକ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଭିଡ଼ିଓଟିରେ ଦେଖିବାକୁ ମିଳୁଛି ଗୋଟିଏ କୁମ୍ଭୀର ଏକ କଇଁଛକୁ ଖାଇବାକୁ ଚେଷ୍ଟା ଚଲାଇଛି। କଇଁଛ ମଧ୍ୟ କୁମ୍ଭୀର ଠାରୁ ନିଜକୁ ରକ୍ଷା କରିବାକୁ ଚେଷ୍ଟା ଜାରି ରଖିଛି। ଶେଷରେ କଇଁଛ ଏଥିରେ ସଫଳ ହେଉଛି।
ଭିଡ଼ିଓଟି ଆମେରିକାର ଦକ୍ଷିଣ କେରୋଲିନାର ହିଲଟନ ହେଡ଼ ଦ୍ୱୀପର । ଭିଡ଼ିଓଟି ୩ ବର୍ଷ ପୁରୁଣା ବୋଲି ଜଣାପଡ଼ିଛି। ମାତ୍ର ଏବେ ଟ୍ୱିଟରରେ ଏହି ଭିଡ଼ିଓ ସେୟାର ହେବା ପରେ ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଲେଣି।
ଭିଡ଼ିଓଟିରେ ସମ୍ପୂର୍ଣ୍ଣ ଦେଖାଯାଉଛି କୁମ୍ଭୀର ଘାସରେ ଶୋଇଥିବା ଏକ କଇଁଛକୁ ଦେଖୁଛି। ଏହାପରେ କଇଁଛକୁ ଖାଇବା ପାଇଁ ସେ ନିଜ ପାଟିକୁ ବାରମ୍ବାର ନେଉଛି। କୁମ୍ଭୀର ପାଟି ଭିତରୁ ମଉକା ପାଇବା ମାତ୍ରେ କଇଁଛ ଖସି ଆସୁଛି।
ଏହି ଭିଡ଼ିଓଟିକୁ ସେପ୍ଟେମ୍ବର ୧୫ରେ ସେୟାର କରାଯାଇଥିଲା। ବର୍ତ୍ତମାନ ଲକ୍ଷାଧିକ ଲୋକେ ଏହି ଭିଡ଼ିଓଟିକୁ ବାମମ୍ବାର ଦେଖୁଛନ୍ତି କିଭଳି ଏକ ବିଶାଳକାୟ କୁମ୍ଭୀର ପାଟିରୁ କଇଁଛ ନିଜ ଜୀବନକୁ ରକ୍ଷା କରୁଛି।

 

Comments are closed.