ରାଜ୍ୟ ବିଭିନ୍ନ ସ୍ଥାନରୁ ୧୨ ଡକାୟତ ଗିରଫ

0

ସୋର: ସୋର ପୁଲିସ ରାଜ୍ୟର ବିଭିନ୍ନ ସ୍ଥାନରୁ ୧୨ ଡକାୟତ ଗିରଫ କରିଛି। ଡକାୟତମାନଙ୍କ ନାମରେ ଭଦ୍ରକ, ବାଲେଶ୍ବର, ମୟୁରଭଞ୍ଜ ଓ ଭୁବନେଶ୍ବରର ବିଭିନ୍ନ ଥାନାରେ ୩୫ଟି ମାମଲା ଥିବା ଜଣା ପଡିଛି। ଡକାୟତମାନଙ୍କ ଠାରୁ ପୁଲିସ ବନ୍ଧୁକ, ଭୁଜାଲି, ଲାପଟପ, ୨୦ଟି ମୋବାଇଲ, ୧୦ଟି ବାଇକ ଓ ନଗଦ ୪ଲକ୍ଷ ଟଙ୍କା ଜବତ କରିଛି। ଏନେଇ ମଙ୍ଗଳବାର ୧୨ଟା ସମୟରେ ବାଲେଶ୍ବର ଏସପି ଯୁଗଳ କିଶୋର ସୋର ଥାନାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି।

Leave A Reply