ପୁଲିସ-ଅପରାଧୀ ଗୁଳି ବିନିମୟ, ଦୁର୍ଦ୍ଦାନ୍ତ ଅପରାଧୀ ଅଖତାର ଗିରଫ

0

ଜୟପୁର : ଜୟପୁରରେ ପୁଲିସ-ଅପରାଧୀ ଗୁଳି ବିନିମୟ ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଏସ.କେ ଅଖତାରକୁ ପୁଲିସ ଗିରଫ କରିଛି। କୋରାପୁଟ ଜିଲା ଜୟପୁର ଇରିଗେସନ କଲୋନୀ ନିକଟରେ ପୁଲିସ-ଅପରାଧୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଅଖତାରର ଦୁଇ ସହଯୋଗୀ ପୁଲିସକୁ ଚକମା ଦେଇ ଖସି ପଳାଇବାକୁ ସକ୍ଷମ ହୋଇଛନ୍ତି। ଅଖତାର ନିକଟରୁ ଗୋଟିଏ ଦେଶୀ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ମୋବାଇଲ ଜବତ କରିଛି। ଅଖତାର ନାମରେ ହତ୍ୟା ମାମଲା ସମେତ ଅନେକ ମାମଲା ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଗୁରୁବାର ବିଳମ୍ବିତ ରାତିରେ ଜୟପୁର ଇରିଗେସନ୍ କଲୋନୀ ନିକଟରେ ଅଖତାର ଓ ତାର ସହଯୋଗୀ ବୁଲୁ ଥିବାର ଖବର ପୁଲିସ ପାଇଥିଲା। ଏହାପରେ ପୁଲିସ ସେହି ଅଞ୍ଚଳରେ ଚଢାଉ କରୁଥିଲା। ପୁଲିସକୁ ଦେଖି ଅପରାଧୀମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ। ପୁଲିସର ମଧ୍ୟ ପାଲଟା ଗୁଳି ଚାଳନା କରିଥିଲା। ଗୁଳି ବିନିମୟରେ ପୁଲିସ ଅଖତାରକୁ ଗିରଫ କରିବାରେ ସଫଳ ହୋଇଛି।

Leave A Reply