ପୁଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର

0

କେନ୍ଦୁଝର : ପୁଲିସକୁ ଚକମା ଦେଇ ଅଭିଯୁକ୍ତ ଫେରାର ହୋଇଯାଇଛି। କେନ୍ଦୁଝର ଜିଲା ଯୋଡା ଥାନାରୁ ସୁଯୋଗ ଦେଖି ଅଭିଯୁକ୍ତ ଫେରାର ହୋଇଥିବା ଜଣାପଡିଛି। ଫେରାର ଅଭିଯୁକ୍ତ ହେଉଛି ମୋଟୁ ମାଝି।
ସୂଚନାଯୋଗ୍ୟ ଯେ, ମୋଟୁକୁ ସୋମବାର ଦିନ ଝାଡଖଣ୍ଡରୁ ଗିରଫ କରାଯାଇଥିଲା। ଏକ ହାଇୱା ଚୋରି ଘଟଣାରେ ସେ ଫେରାର ହୋଇଥିବା ବେଳେ ଗତକାଲି ତାକୁ ଗିରଫ କରାଯାଇଥିଲା। ମଙ୍ଗଳବାର ଦିନ ସକାଳୁ ସେ ଥାନାରୁ ଖସି ପଳାଇଛି। ଅଭିଯୁକ୍ତ ଧରିବା ପାଇଁ ପୁଲିସ ଛାନଭିନ ଆରମ୍ଭ କରିଥିବା ସୂଚନା ମିଳିଛି।

Leave A Reply