ଜମିବାଡ଼ି ବିବାଦକୁ ନେଇ ହତ୍ୟା ଅଭିଯୋଗ

ନୟାଗଡ଼ : ନୟାଗଡ଼ ଜିଲା ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଥିବା ବୁଧବାର ଜଣାପଡ଼ିଛି। ଜମିବାଡ଼ି ବିବାଦକୁ ନେଇ ଭୋର ସମୟରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗାଁ ଦାଣ୍ଡରେ ଉକ୍ତ ବ୍ୟକ୍ତିଙ୍କ ମୃତଦେହ ପଡ଼ିରହିଛି। ଖବର ପାଇ ଇଟାମାଟି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।