ରାଜଧାନୀରେ ମହିଳାଙ୍କୁ ହତ୍ୟା ; ସ୍ବାମୀ ଅଟକ

ଭୁବନେଶ୍ୱର : ଭୀମଟାଙ୍କୀ ଫେଜ୍-୧ରେ ଏକ  ହତ୍ୟାକାଣ୍ଡ ଘଟିଛି। ଘର ଭିତରୁ ଜଣେ ମହିଳାଙ୍କ ରକ୍ତାକ୍ତ ମୃତ ଦେହ ଉଦ୍ଧାର ହୋଇଛି । ଏଥିସହିତ ଉକ୍ତ ଘରୁ ଜଣେ ପୁରୁଷ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ତେବେ ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ଚିହ୍ନଟ କରିଛନ୍ତି । କିନ୍ତୁ ଗୁରୁତର ଅବସ୍ଥାରେ ଥିବା ପୁରୁଷଙ୍କ ପରିଚୟ ମିଳିପାରିନାହିଁ । କିଏ ଓ କାହିଁକି ହତ୍ୟା କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଘଟଣାସ୍ଥଳରେ ଡିସିପି ଉପସ୍ଥିତ ରହିବା ସହ ରକ୍ତ ନମୁନା ସଂଗ୍ରହ କରାଯାଇଛି। ପୁଲିସ୍ ତନାଘନା ଜାରି ରଖିଛି ।

 

Comments are closed.