ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ଅନ୍ତର୍ଗତ ଜଟଣୀ ପାଇକେରାପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଶୁକ୍ରବାର ଖବର ମିଳିଛି। ପାଇକେରାପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ତଣ୍ଟି କାଟି ସ୍ୱାମୀ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି। ମୃତକ ଓ ଅଭିଯୁକ୍ତର ପରିଚୟ ଅସ୍ପଷ୍ଟ ରହିଛି। ଖବର ପାଇ ଜଟଣୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ବୋଲି ସୂଚନା ମିଳିଛି।

Comments are closed.