ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

ଗଞ୍ଜାମ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ବେଢଛେଲୁ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଖବର ମିଳିଛି। ପାରିବାରିକ କଳାହର କରୁଣ ପରିଣତି ଦେଖିବାକୁ ମିଳିଛି। ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଅତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବା ପରେ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିବା ପରେ ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଛି। ସ୍ଥାନୀୟ ଲୋକଙ୍କ ମତାନୁଯାୟୀ, ଉଭୟ ଦମ୍ପତ୍ତି ପୂର୍ବରୁ ବଚସାକୁ କେନ୍ଦ୍ର କରି ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.