ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ କଲା ଆତ୍ମହତ୍ୟା

ନବରଙ୍ଗପୁର : ନବରଙ୍ଗପୁର ଜିଲା କୋଡିଙ୍ଗା ଥାନା ଅନ୍ତର୍ଗତ ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡିଛି। ଭଣ୍ଡିମାଲ ଗାଁରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ବ୍ୟକ୍ତି ଜଣଙ୍କ କେଉଁ କାରଣରୁ ତାଙ୍କ ସ୍ତ୍ରୀକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.