ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ

ରାଉରକେଲା : ରାଉକେଲାରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ହୋଟେଲ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ନେଇ ବୁଧବାର ଖବର ମିଳିଛି। ଚିକିତ୍ସାଧୀନ ଅବସ୍ଥାରେ ଇସ୍ପାତ ଜେନେରାଲ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ପରିଚୟ ଅସ୍ପଷ୍ଟ ରହିଛି। ଗତକାଲି ବିଳମ୍ବିତ ରାତିରେ ଉକ୍ତ ବ୍ୟକ୍ତି ଜଣଙ୍କ ଘରକୁ ଫେରୁଥିବା ବେଳେ ଡିଲକ୍ସ ହୋଟେଲ ଲେନରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ବ୍ୟବସାୟିକ ଶତ୍ରୁତାରୁ ୨ରୁ ଅଧିକ ଦୁର୍ବୃତ୍ତ ଆକ୍ରମଣ କରିଥିବା ଅନୁମାନ କରାଯାଉଛି। ଘଟଣାର ତଦନ୍ତ ଆରମ୍ଭ ହୋଇଛି ବୋଲି ସୂଚନା ମିଳିଛି।

Comments are closed.