କଚେରୀ ପରିସରରୁ ଓକିଲଙ୍କ ମୋଟର ସାଇକେଲ ଚୋରି

ପଦ୍ମପୁର: ପଦ୍ମପୁରରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ଉପରେ ପୋଲିସ ଅଂକୁଶ ଲଗାଇବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ପୋଲିସକୁ ଚ୍ୟାଲେଞ୍ଜ କଲା ପରି କାମ କରୁଛନ୍ତି। ବାରମ୍ବାର ନିଶା ଦ୍ରବ୍ୟ,ଚୋରି ଉପରେ ଚଢଉ କରି ଜେଲ ପଠାଉ ଥିଲେ ସୁଦ୍ଧା ଅସାମାଜିକ କାର୍ଯ୍ୟ ବୃଦ୍ଧି ହେଉଛି ।ଇତି ମଧ୍ୟରେ କଚେରୀ ପରିସରରୁ ଜନୈକ ଆଇନଜୀବି ଲକ୍ଷ୍ମଣ ସାହୁଂକ ବାଇକ ନଂ ଓଡି୧୭ଏ୪୮୧୧କୁ କେହି ଜଣେ ଦୁର୍ବୃତ୍ତ ଚୋରୀ କରି ନେଇଛି । ଏ ସଂପର୍କରେ ପଦ୍ମପୁର ଆଦର୍ଶ ଥାନାରେ ଏତଲା ଦିଆଯାଇଛି ।ଆଇନଜୀବି ଶ୍ରୀ ସାହୁ ପ୍ରତିଦିନ ନିଜ ଗାଁ ଦେଓଳୀରୁ ବାଇକ ଯୋଗେ ଆସି ଉପ ଜିଲ୍ଲାପାଳଂକ ଅଫିସ ଗେଟ ପାର୍ଶ୍ବରେ ବାଇକ ରଖିଥାନ୍ତି ।ଘଟଣା ଦିନ ମଧ୍ୟ ତଦୃପ ବାଇକ ରଖି ଅଫିସ କାମ କରୁଥିଲେ ।କାମ ସାରି ଫେରିବା ବେଳେ ବାଇକ ନ ଥିଲା ।ଅଭିଯୋଗ ପରେ ପୋଲିସ ବ୍ୟାପକ ମାତ୍ରାରେ ଧରପଗଡ ଆରମ୍ଭ କରିଥିବା ଜଣାଯାଏ ।