ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ବ୍ୟକ୍ତିଙ୍କ ଆତ୍ମହତ୍ୟା

ଜଗତସିଂହପୁର : ଜଗତସିଂହପୁର ଥାନା ଚନ୍ଦପାଟଣା ଗ୍ରାମରେ ସ୍ତ୍ରୀ ଓ ଝିଅକୁ ହତ୍ୟା ପରେ ଜଣେ ବ୍ୟକ୍ତି ନିଜେ ଆତ୍ମହତ୍ୟା କରିଥିବା ଖବର ମିଳିଛି। ଜଗତସିଂହପୁର ଥାନା ଅଧିନସ୍ଥ ଶାଳଜଙ୍ଗ ପଞ୍ଚାୟତ ଚନ୍ଦପାଟଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଲୋକନାଥ ପାଲ ନିଜ ସ୍ତ୍ରୀ କଳ୍ପନା ପାଲ ଓ ଝିଅ ଲକି ସହିତ ପାଟିତୁଣ୍ଡ କରିଥିଲେ। ପରେ ପାଟିତୁଣ୍ଡ ହୋଇ ଲୋକନାଥ ଉତେଜିତ ହୋଇ ଏକ ଧାରୁଆ ଅସ୍ତ୍ରରେ ଝିଅ ଲକି ଓ ସ୍ତ୍ରୀ କଳ୍ପନାକୁ ଆକ୍ରମଣ କରିଥିଲା। ନିଜେ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସ୍ଥାନୀୟଲୋକ କହିଛନ୍ତି। ତେବେ ଗୁରୁତର ଅବସ୍ଥାରେ ମାଆ ଓ ଝିଅଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଝିଅର ମୃତ୍ୟୁ ହୋଇଥିଲା ବେଳେ ସ୍ତ୍ରୀ କଳ୍ପନା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା, ପରେ କଟକ ନେବା ବାଟରେ କଳ୍ପନାଙ୍କ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ଜଗତସିଂହପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଲୋକନାଥଙ୍କ ପୁଅ ଦୀର୍ଘ ଦୁଇ ବର୍ଷ ରୁ ଉର୍ଦ୍ଧ ହେବ ଏକ ଅନ୍ୟ ଜାତିର ଝିଅକୁ ବିବାହ କରି ଭୁବନେଶ୍ୱରରେ ରହୁଛନ୍ତି। ତେବେ ଗତକାଲି ରାତିରେ ଏଭଳି ଘଟଣା ଘଟିଥିବା ସ୍ଥାନିୟ ଜନସଧାରଙ୍କ ଠାରୁ ସୂଚନା ମିଳିଛି। ଏଭଳି ବିଭତ୍ସ ହତ୍ୟାକାଣ୍ଡ ସମ୍ପର୍କରେ ଜଗତସିଂହପୁର ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

Comments are closed.