ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

0

ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ବ୍ଲକ ଟେଣ୍ଟୋଇ ଗାଁରେ ଦୁଇ ନବମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ କ୍ରାଇମବ୍ରାଞ୍ଚ ଟିମ ପହଞ୍ଚିଛି। ଗତ ଅଗଷ୍ଟ ୧୦ ତାରିଖରେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା।
ସୂଚନା ଅନୁଯାୟୀ, ମୃତ ଦୁଇ ଜଣ ଛାତ୍ରୀଙ୍କ ନାଁ ଲକ୍ଷ୍ମୀପ୍ରିୟା ଦାସ ଓ ପ୍ରିୟଙ୍କା ଦାସ। ସେମାନେ ଟିଉସନ ସାରି ରାତିରେ ଦୁଇ ସାଙ୍ଗ ଟେଣ୍ଟୋଇ ଗାଁରେ ଲକ୍ଷ୍ମୀପ୍ରିୟାଙ୍କ ଘରେ ରହିଥିଲେ। ସକାଳୁ ଦୁଇ ଜଣଙ୍କର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା।

Comments
Loading...