ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗ: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

0

କଟକ: କଟକରେ ଆଇନଜୀବୀଙ୍କୁ ପୁଲିସର ମାଡ ଅଭିଯୋଗରେ ଜନସ୍ୱାର୍ଥ ମାମଲାର ଶୁଣାଣି କରି ମଙ୍ଗଳବାର ଦିନ ହାଇକୋର୍ଟ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛି। ଏହି ଘଟଣାର ତଦନ୍ତ ଡିଏସପି ସ୍ତରର ଅଧିକାରୀମାନେ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛି।
କଟକରେ ହାଇକୋର୍ଟର ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ଅଗଷ୍ଟ ୨୮ତାରିଖରେ ହୋଇଥିଲା। ଏହାର ପ୍ରତିବାଦରେ ଓକିଲ ସଂଘ ଅଗଷ୍ଟ ୨୯ତାରିଖରେ କଯକ ହାଇକୋର୍ଟର ବାର ଆସୋସିଏସନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା। ଏହି ଘଟଣାରେ ତିନି ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ମାତ୍ର ଏହି ଘଟଣାରେ ସମ୍ପୁକ୍ତ ପୁଲିସ ଅଧିକାରୀଙ୍କୁ ଗିରଫ କରିବାକୁ ଓକିଲ ସଂଘ ଦାବି କରିଥିଲା। ତେବେ ଆସନ୍ତା କାଲି ଅପରାହ୍ନ ୧ଟା ସମୟରେ ଏହି ମାମଲାରେ ସାଧାରଣ ବୈଠକ ହେବାକୁ ସ୍ଥିର ହୋଇଛି। ପରବର୍ତ୍ତୀ କାର୍ଯ୍ୟପନ୍ଥା ଉପରେ ଏହି ବୈଠକରେ ଆଲୋଚନା କରାଯିବ ବୋଲି ଓକିଲ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply