ବିବାହ କଲେ ଆଉ ଜଣେ କ୍ରିକେଟ ତାରକା; ସନରାଇଜର୍ସ ସେୟାର କଲା ନବଦମ୍ପତିଙ୍କ ଫଟୋ

ନୂଆଦିଲ୍ଲୀ: ସନରାଇଜର୍ସ ହାଇଦ୍ରାବାଦର ଅଲରାଉଣ୍ଡର ବିଜୟ ଶଙ୍କର ହାତକୁ ଦି ହାତ ହୋଇଛନ୍ତି । ସେ ବୈଶାଳୀ ବିଶ୍ବେଶ୍ବରନଙ୍କୁ ନିଜ ଜୀବନ ସାଥୀ ରୂପେ ବାଛିଛନ୍ତି । ବୁଧବାର ସେମାନଙ୍କର ବିବାହ ହୋଇଛି ।

ବିଜୟ ଶଙ୍କର ୨୦୧୪ ମସିହାରୁ ସନରାଇଜର୍ସ ହାଇଦ୍ରାବାଦର ସଦସ୍ୟ ଅଛନ୍ତି । ଜଣେ ଡ଼ାହାଣହାତୀ ବ୍ୟାଟସମ୍ୟାନ ଓ ବୋଲର ଭାବରେ ତାଙ୍କର ପରିଚିତି ରହିଛି । ୪୦ଟି ମ୍ୟାଚରେ ସେ ୬୫୪ ରନ୍ କରିଛନ୍ତି ଓ ୬ଟି ୱିକେଟ ନେଇଛନ୍ତି । ତାଙ୍କର ଷ୍ଟ୍ରାଇକ୍ ରେଟ୍ ରହିଛି ୧୨୭.୨୭।

୨୦୧୪ ମସିହାରେ ତାଙ୍କୁ ୩.୧୪ କୋଟିରେ ସନରାଇଜର୍ସ ହାଇଦ୍ରାବାଦ କିଣିଥିଲା । ମାତ୍ର ସେହି ବର୍ଷ ସେ ମାତ୍ର ଗୋଟିଏ ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିଲେ । ୨୦୧୪ରୁ ସେ ଦଳର ନିୟମିତ ସଦସ୍ୟ ରହିଛନ୍ତି । ବିଜୟଙ୍କ ବିବାହର ଫଟୋ ସନରାଇଜର୍ସ ହାଇଦ୍ରାବାଦ ସେୟାର କରିବା ସହ ନବଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛି । ସନରାଇଜର୍ସ ନିଜର ଟ୍ୱିଟର ଆକାଉଣ୍ଟରେ ଉଭୟଙ୍କ ବିବାହ ଫଟୋ ପୋଷ୍ଟ କରିବା ସହ ଶୁଭକାମନା ଜଣାଇଛି ।

Comments are closed.