କ୍ରିକେଟ ବିଶ୍ୱକପ-୨୦୯ : ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ସହଜ ବିଜୟ

କାର୍ଡିଫ : ୨୦୧୯ କ୍ରିକେଟ ବିଶ୍ବକପ୍ ଶନିବାରର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାଠାରୁ ନ୍ୟୁଜିଲାଣ୍ଡ ସହଜରେ ବିଜୟ ଲାଭ କରିଛି। ଇଂଲଣ୍ଡର କାର୍ଡିଫ ଠାରେ ନ୍ୟୁଜିଳାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ନ୍ୟୁଜିଳାଣ୍ଡ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡର ବୋଲିଂ ଆଗରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ୟ୍ୟୟ ହୋଇଥିଲା। ପ୍ରଥମେ ବ୍ୟାଟିଙ୍ଗ କରି ଶ୍ରୀଲଙ୍କା ୨୯ଓଭର ୨ଟି ବଲ ଖେଳି ମାତ୍ର ୧୩୬ରନ କରି ତାର ସମସ୍ଥ ୱିକେଟ୍ ହରାଇଥିଲା। ଶ୍ରୀଲଙ୍କାର ୧୩୭ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ କୌଣସି ୱିକେଟ ନହରାଇ ମାତ୍ର ୧୬ଓଭର ଗୋଟିଏ ବଲରେ ହାସଲ କରିନେଇଛି। ନ୍ୟୁଜିଲାଣ୍ଡର ଓପନିଙ୍ଗ ଯୋଡ଼ୀ ମାର୍ଟିନ ଗୁପଟିଲ ମାତ୍ର ୫୧ବଲରୁ ଅପରାଜିତ ୭୩ରନ କରିଥିବାବେଳେ କୋଲିନ ମୁନରୋ ୪୭ବଲରେ ୫୮ରନ କରି ନ୍ୟୁଜିଲାଣ୍ଡକୁ ଏକ ତରଫା ଭବେ ବିଜୟୀ କରିଛନ୍ତି।

ନ୍ୟୁଜିଲାଣ୍ଡ ସ୍କୋରବୋର୍ଡ

ମାର୍ଟିନ ଗୁପଟିଲ୍‌: ଅପରାଜିତ ୭୩ ରନ୍‌, ୫୧ ବଲ, ୮ ଚୌକା, ୨ ଛକା
କୋଲିନ୍‌ ମୁନ୍‌ରୋ: ଅପରାଜିତ ୫୮ ରନ୍‌, ୪୭ ବଲ, ୬ ଚୌକା, ୧ ଛକା

ଅତିରିକ୍ତ: ୬ ରନ୍‌ (ଲେକ୍‌ବାଏ ୩, ଓ୍ଵାଇଡ ୨, ନୋ ୧)
ମୋଟ୍‌: ୧୩୭ ରନ୍‌ (୦୦ଓ୍ଵିକେଟ୍‌, ୧୬.୧ ଓଭର)

 

Comments are closed.