କ୍ରିକେଟ ବିଶ୍ବକପ୍-୨୦୧୯ : ଶନିବାରର ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନ ୨୦୭ରେ ଅଲଆଉଟ

ବ୍ରିଷ୍ଟଲ: ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ଦ୍ୱାରା ପରିଚାଳିତ ବିଶ୍ୱକପ ଶନିବାରର ଦ୍ବିତୀୟ ମ୍ୟାଚରେ ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ୨୦୭ ରନରେ ଅଟକାଇ ଦେଇଛି। ଇଂଲଣ୍ଡର ବ୍ରିଷ୍ଟଲ କଣ୍ଟ୍ରି ଗ୍ରାଉଣ୍ଡରେ ଜାରି ଥିବା ମ୍ୟାଚରେ ଆଫଗାନିସ୍ତାନ ୩୮.୨ ଓଭରରେ ସମସ୍ତ ଓ୍ଵିକେଟ୍ ହରାଇ ମାତ୍ର ୨୦୭ରନ୍ ସଂଗ୍ରହ କରିଛି। ଫଳରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ୨୦୮ ରନ୍ ଟାର୍ଗେଟ ମିଳିଛି। ଆଫଗାନିସ୍ତାନ ପାଇଁ ନିଜିବୁଲ୍ଲା ଜାଦରାନ୍ ସର୍ବାଧିକ ସ୍କୋର ୪୯ବଲରୁ ୫୧ରନ୍(୨ଛକା, ୭ଚୌକା) ରନ୍ କରିଥିବା ବେଳେ ରେହମତ୍ ଶାହା ୬୦ବଲରୁ ୪୩ରନ୍( ୬ଟି ଚୌକା) ରନ୍ କରିଛନ୍ତି।

 

Comments are closed.